Latest Odisha News

 ଋଷ-ୟୁକ୍ରେନ ଯୋଗାଯୋଗ ପାଇଁ ଥିବା ମହତ୍ତ୍ବପୂର୍ଣ୍ଣ ରେଳ ବ୍ରିଜ୍ ବିସ୍ଫୋରଣରେ ନଷ୍ଟ

ମସ୍କୋ: ଋଷ- ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ଆଡ଼କୁ ଗତି କରୁଛି । କେବେ ଋଷ ୟୁକ୍ରେନର ସହରକୁ କବଜା କରିବା ଖବର ଆସୁଛି ତ କେବେ ୟୁକ୍ରେନ ସେହି ସହରକୁ ଋଷ ସେନାଙ୍କଠାରୁ ଛଡ଼ାଇ ଆଣୁଥିବା ଖବର ପ୍ରକାଶ ପାଉଛି । ଏହାରି ଭିତରେ ଏକ ବଡ଼ ଘଟଣା ଘଟିଛି । ତାହା ହେଉଛି କ୍ରିମିୟା ଓ ଋଷ ମଧ୍ୟରେ ଯୋଗାଯୋଗ ପାଇଁ ଥିବା ମହତ୍ତ୍ବପୂର୍ଣ୍ଣ ରେଳ ବ୍ରିଜ୍ ବିସ୍ଫୋରଣରେ ନଷ୍ଟ ହୋଇଯାଇଛି । ବ୍ରିଜ ଉପରଦେଇ ଯାଉଥିବା ତୈଳ ଟାଙ୍କିରେ ନିଆଁ ଲାଗି ତାହା ହୁତ ହୁତ ହୋଇ ଜଳୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଚି । ଏହି ବ୍ରିଜ୍ ଦ୍ବାରା ଋଷ ସେନା ୟୁକ୍ରେନ ସୀମା ଭିତରକୁ ସେନା ଓ ଅସ୍ତ୍ରଶସ୍ତ୍ର ପଠାଉଥିଲେ ।

ବ୍ରିଜ୍ ନଷ୍ଟ ହୋଇଥିବାରୁ  ୟୁକ୍ରେନରେ ଯୁଦ୍ଧ ଲଢୁଥିବା ଋଷ ସେନା ପାଖରେ ଆବଶ୍ୟକ ସାମଗ୍ରୀ ଓ ଗୋଳାବାରୁଦ ପହଞ୍ଚିବ ବନ୍ଦ ହୋଇଯାଇଛି ।  ବିସ୍ଫୋରଣ ପରେ ବ୍ରିଜ ନଷ୍ଟ ହୋଇଥିବାରୁ ଏହାର ମରାମତି କରିବା ଆବଶ୍ୟକ ହୋଇପଡ଼ିଛି ।  ସେପଟେ ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ବୋଲି ମଧ୍ୟ ଖବର ପ୍ରକାଶ ପାଇଛି । ତେବେ କିଏ ଏବଂ କାହିଁକି ବ୍ରିଜ୍ ବିସ୍ଫୋରଣ କରି ଉଡାଇଛି ସେନେଇ କିଛି ଘୋଷଣା କରାଯାଇନାହିଁ । ନଷ୍ଟ ହୋଇଥିବା ବ୍ରିଜ୍ କିଛି ଦିନ ଭିତରେ ଠିକ୍ ହୋଇଯିବ ବୋଲି ଋଷ ପକ୍ଷରୁ କୁହାଯାଇଛି ।

ରେଳ ବ୍ରିଜକୁ କିଏ ବିସ୍ଫୋରଣ କରି ଉଡାଇଛି ତାହାର ଋଷ ପାଖରେ ନାହିଁ । ତେବେ ୟୁକ୍ରେନର ସହାୟତାରେ ନାଟୋ ସେନା ଏପରି କରିଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହାକୁ ନେଇ ଋଷ କହିଛି ଯଦି ଏହା ସତ୍ୟ ହୋଇଥାଏ ତେବେ ୟୁକ୍ରେନକୁ ବହୁ ମୂଲ୍ୟ ଦେବାକୁ ପଡିବ । ଗତ କିଛି ଦିନ ଧରି ଋଷ ପକ୍ଷରୁ ୟୁରୋପିଆନ ଦେଶକୁ ପରମାଣୁ ବୋମାର ଭୟ ଦେଖାଯାଉଛି । ପୁଟିନ ଏନେଇ ଚେତାବନୀ ମଧ୍ୟ ଦେଇଛନ୍ତି । ଏହାର ଜବାବରେ ନାଟୋ ସେନା ଏପରି କରିଥାଇପାରେ ବୋଲି କୁହାଯାଉଛି । ତେବେ ୟୁକ୍ରେନ ବ୍ରିଜ ବିସ୍ଫୋରଣ କରିନଥିବା କହିଛି ।

ୟୁକ୍ରେନକୁ ଯୁଦ୍ଧରେ ପରାସ୍ତ କରିବା ପାଇଁ ପୁଟିନ ଆଗକୁ ବଡ଼  ପଦକ୍ଷେପ ନେଇପାରନ୍ତି । ତେବେ ପାଶ୍ଚାତ୍ୟ ଦେଶଗୁଡ଼ିକ ଏବେ ୟୁକ୍ରେନକୁ ଅଧିକ ସାହାଯ୍ୟ ସହଯୋଗ କରୁଥିବାରୁ ଋଷ ଯୁଦ୍ଧରେ ୟୁକ୍ରେନକୁ ପରାସ୍ତ କରିପାରୁନାହିଁ ।

Comments are closed.