Latest Odisha News

ପାରାଦୀପରେ ‘ସାଗର କବଚ-୨’, ଦୁଇ ରାଜ୍ୟ ମଧ୍ୟରେ ମିଳିତ ସମରାଭ୍ୟାସ ଆରମ୍ଭ

ପାରାଦୀପ: ସମୁଦ୍ରରେ କିପରି ଶତ୍ରୁଙ୍କୁ ଦିଆଯିବ ଜବାବ । ସବୁ ବିଭାଗ ମଧ୍ୟରେ ସମନ୍ଵୟ ରଖି କିପରି କରାଯିବ ଅପରେସନ । ଏନେଇ ଆଜିଠୁ ପାରାଦ୍ୱୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ `ସାଗର କବଚ-୨’ । ଆଜିଠାରୁ ପଶ୍ଚିମବଙ୍ଗ ଓ ଓଡ଼ିଶା ମିଳିତ ଭାବେ ଏହି ସମରାଭ୍ୟାସ ୪୮୨ କିମି ପର୍ଯ୍ୟନ୍ତ ଆରମ୍ଭ କରିଥିବା ବେଳେ ଏହା ୨ଦିନ ଧରି ଚାଲୁ ରହିବ। ୨୬/୧୧ ମୁମ୍ବାଇ ଜଳପଥ ଆକ୍ରମଣ ପରେ ଉପକୂଳ ସୂରକ୍ଷା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଏହି ସମରାଭ୍ୟାସ କରାଯାଉଛି।

ଏହି ସମରାଭ୍ୟାସ ସାଗର କବଚ – ୨ରେ ମେରାଇନ ପୋଲିସ, କୋଷ୍ଟଗାର୍ଡ, ମତ୍ସ୍ୟ ବିଭାଗ, ଅଗ୍ନିଶମ ବିଭାଗ, ପାରାଦ୍ୱୀପ ବନ୍ଦର, ଇମିଗ୍ରେସନ, ଇଣ୍ଟେଲିଜେନ୍ସ, ବନ ବିଭାଗ, ସିଆଇଏସଏଫ, କଷ୍ଟମ୍ସ ବିଭାଗ ଆଦି ୧୮ଟି ବିଭାଗ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି । ଉପକୁଳ ସହିତ ଜଳପଥରେ ମଧ୍ୟ କଡା ପ୍ରହରା ଦିଆଯାଉଥିବା ବେଳେ ପ୍ରତିଟି ଜାଗାରେ ଚେକିଂ କଡାକଡି ଭାବେ କରାଯାଉଛି | ଜଳପଥ ଦେଇ ସ୍ତଳଭାଗକୁ କିଭଳି ଶତୃ ପକ୍ଷ ପ୍ରବେଶ ନକରି ପାରିବେ ତାହାକୁ ନେଇ ଚାଲିଛି ଜୋରଦାର ଅଭ୍ୟାସ | ସମସ୍ତଙ୍କୁ ରେଡ୍ ଟିମ୍ ଓ ବ୍ଲୁ ଟିମ୍ ନାମରେ ଦୁଇଟି ଟିମ ଗଠନ କରାଯାଇଛି । ରେଡ୍ ଟିମ୍ ସମୁଦ୍ର ପଥ ଦେଇ ସ୍ଥଳଭାଗର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପ୍ରବେଶ କରିବ । ସେମାନଙ୍କୁ ଧରିବାକୁ ପ୍ରୟାସ କରିବ ବ୍ଲୁ ଟିମ୍ । ଦୁଇ ଦିନ ଧରି ଚାଲିବ ଏହି ସମରାଭ୍ୟାସ ।

Leave A Reply

Your email address will not be published.