Latest Odisha News

BREAKING NEWS

ରାସ୍ତାରେ ପଡ଼ିଥିବା ମୃତ ଜୀବଜନ୍ତୁଙ୍କ ମାଂସ ଖାଆନ୍ତି ମହିଳା, କାରଣ ଜାଣିଲେ ହୋଇଯିବେ ଚକିତ

ନ୍ୟୁୟର୍କ: ସାଧାରଣତଃ ରାସ୍ତାରେ ଅନେକ ପଶୁପକ୍ଷୀଙ୍କର ମୃତ ଦେହ ପଡ଼ିଥିବା ଆପଣ ଦେଖିଥିବେ । ଏହି ମୃତଦେହଗୁଡ଼ିକ ପଡ଼ି ପଡ଼ି ନଷ୍ଟ ହୋଇଯାଏ ତ କେବେ ଚିଲ ଶାଗୁଣାଙ୍କର ଆହାର ପାଲଟିଯାଏ । ଏହାର ଦୁର୍ଗନ୍ଦରେ ସେହି ରାସ୍ତା ଦେଇ ଯିବା ଆସିବା କରିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼େ । ହେଲେ ଆମେରିକାର ଏମିତି ଜଣେ ମହିଳା ଅଛନ୍ତି, ଯିଏ ଜୀବଜନ୍ତୁଙ୍କ ମୃତ ଶରୀରକୁ ଆହାର କରନ୍ତି । ଆଉ ଏହାର କାରଣ ଜାଣିବେ ଆପଣ ଚକିତ ହୋଇଯିବେ ।

ଏହି ମହିଳା ଜଣକ ହେଉଛନ୍ତି ମ୍ୟାଣ୍ଡେର୍ସ ବାରନେଟ । ୩୨ବର୍ଷିୟ ମ୍ୟାଣ୍ଡେର୍ସ ଆମେରିକାର ଓରେଗନର ବାସିନ୍ଦା । ସେ ଦିନରେ ୨୪ଘଣ୍ଟା ଯାକ ବାହାରେ ଏଣେତେଣେ ବୁଲନ୍ତି । ବୁଲିବା ଭିତରେ ରାସ୍ତାରେ ପଡିଥିବା ଜୀବଜନ୍ତୁଙ୍କ ମୃତ ଶରୀରକୁ ସେ ଖାଦ୍ୟ ଭାବେ ଗ୍ରହଣ କରନ୍ତି । ଏପରି କରିବାର କାରଣ ପଚାରିବାରୁ ସେ କହିଛନ୍ତି, ଜୀବଜନ୍ତୁଙ୍କ ମରିବା ବ୍ୟର୍ଥ ନ ହୁଏ ସେଥିପାଇଁ ଏହାକୁ ଆହାର ଭାବେ ଗ୍ରହଣ କରୁଛି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମ୍ୟାଣ୍ଡେର୍ସ ଗତ ଚାରି ବର୍ଷ ଧରି ଯାଯାବର ଜୀବନ ଯାପନ କରୁଛନ୍ତି । ଆଜିଯାଏଁ ସେ ଏକ ତମ୍ବୁରେ ରହି ଆସୁଛନ୍ତି । ମଣିଷ ସମାଜ ଠାରୁ ଦୂରେଇ ରହି ପ୍ରକୃତି ସହିତ ଜଡିତ ରହିବାକୁ ଇଚ୍ଛା ରଖିଛନ୍ତି ବୋଲି ସେ କହିଛନ୍ତି ।

୨୦୧୯ ଜୁଲାଇରେ ତାଙ୍କ ଜୀବନ ୟୁଟର୍ନ ହୋଇଥିଲା । ଯେତେବେଳେ ସେ ଜଣେ ଘୋଡା ଚଢାଳିଙ୍କ ସହ ସାକ୍ଷାତ କରିଥିଲେ । ମ୍ୟାଣ୍ଡେର୍ସ ତାଙ୍କ ଜୀବନଶୈଳୀରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ବନ୍ୟଜନ୍ତୁ ଟେକ୍ନିସିଆନ ଚାକିରି ଛାଡି ତାଙ୍କ ସହ ଘୁରି ବୁଲିଥିଲେ । ସେମାନେ ଏକାଠି ଅଢେଇ ବର୍ଷ ବିତାଇଥିଲେ । ପରେ ଦୁହେଁ ଅଲଗା ହୋଇଯିବା ପରେ ମ୍ୟାଣ୍ଡେର୍ସ ଏକାକୀ ରହୁଛନ୍ତି ।

Leave A Reply

Your email address will not be published.