Latest Odisha News

ବଳଦର ମୃତ୍ୟୁ ପରେ ହିନ୍ଦୁ ପରମ୍ପରାରେ ଅନ୍ତିମ ସଂସ୍କାର କଲେ କୃଷକ

କୁହାଯାଏ, ପଶୁମାନେ ମନୁଷ୍ୟର ଭାବନାକୁ ସହଜରେ ବୁଝିପାରନ୍ତି । ସେଥିପାଇଁ ସେମାନେ ମଣିଷର ବନ୍ଧୁ ହୁଅନ୍ତି । ସେମାନେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଏହି ବନ୍ଧୁତା ବଜାୟ ରଖନ୍ତି । ଜୁନାଗଡ଼ର ବିସାବଦରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ବିସାବଦରର ଜଣେ କୃଷକ ତାଙ୍କ ବଳଦକୁ ବହୁତ ଭଲ ପାଉଥିଲେ । ଏହି ବଳଦ ତାଙ୍କୁ ଦୀର୍ଘ ୨୨ ବର୍ଷ ଧରି ଚାଷକାର୍ଯ୍ୟରେ ସାହାଯ୍ୟ କରୁଥିଲା । ଏହିପରି ଭାବରେ କୃଷକ ଏବଂ ବଳଦ ମଧ୍ୟରେ ଏକ ଅନନ୍ୟ ଭାବପ୍ରବଣତା ସୃଷ୍ଟି ହୋଇଥିଲା । ତେଣୁ ଯେତେବେଳେ ଏହି ବଳଦ ମରିଗଲା, କୃଷକ ଜଣକ ହିନ୍ଦୁ ରୀତିନୀତି ଅନୁଯାୟୀ ତା’ର ଅନ୍ତିମ ସଂସ୍କାର କରିଛନ୍ତି ।

ନାଗଡ଼ର ବିସାବଦର ତହସିଲର ନାଭାନିଆ ଗ୍ରାମରେ ରହୁଥିବା ସଞ୍ଜୟ ଭାଇ ବ୍ୟବସାୟ କରନ୍ତି । ସେ ତାଙ୍କର ୧୨ ଏକର ଜମିରେ ଚାଷକାର୍ଯ୍ୟ କରନ୍ତି । ଏହା ବ୍ୟତୀତ ତାଙ୍କର ୧୨ରୁ ଅଧିକ ଗୋରୁ ଅଛନ୍ତି । ପରିବାର ସଦସ୍ୟ ପରି ସେ ପ୍ରତ୍ୟେକ ପ୍ରାଣୀଙ୍କର ଯତ୍ନ ନିଅନ୍ତି । ଏହି ପ୍ରାଣୀମାନଙ୍କ ମଧ୍ୟରେ ତାଙ୍କର ଏକ ବଳଦ ମଧ୍ୟ ଥିଲା, ଯାହା ତାଙ୍କୁ ଗତ ୨୨ ବର୍ଷ ଧରି ଚାଷକାର୍ଯ୍ୟରେ ସାହାଯ୍ୟ କରିଆସୁଥିଲା ।ସଞ୍ଜୟ ଏହି ବଳଦକୁ ପରିବାର ସଦସ୍ୟ ପରି ବଢ଼ାଇଥିଲେ । ଯେତେବେଳେ ଏହି ବଳଦର ମୃତ୍ୟୁ ହେଲା ସଞ୍ଜୟ ଏହାକୁ ସମାଧି ଦେଇଥିଲେ । ଯେମିତି ପରିବାରର କେହି ସଦସ୍ୟଙ୍କର ମୃତ୍ୟୁ ହେଲେ ଯାହା ସବୁ ରୀତିନୀତି ପାଳନ ହୁଏ ସଞ୍ଜୟ ବଳଦ ପାଇଁ ଠିକ୍ ସେମିତି ସବୁ କରିଥିଲେ ।

Leave A Reply

Your email address will not be published.