Latest Odisha News

BREAKING NEWS

ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ବଡ଼ଗଡ଼ ଥାନା ଅଧୀନ ଏକ ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର । ମୃତ ଯୁବତୀ ଜଣକ ହେଉଛନ୍ତି ପୁରୀ ଜିଲ୍ଲା ଜଗଦଳପୁରର ୨୧ ବର୍ଷୀୟା ସରୋଜିନୀ ସୁନ୍ଦରାୟ । ଖବର ପାଇ ପୁଲିସ ମୃତଦେହ ଉଦ୍ଧାର କରିଛି ।

ଖବର ମୁତାବକ, ସରୋଜିନୀ କିଛି ଦିନ ବଡ଼ଗଡ଼ ଥାନା ହରିହର ବିଦ୍ୟାପୀଠ ନିକଟରେ ଏକ ଘର ଭଡ଼ା ନେଇ ରହୁଥିଲେ । ସେ ଏକ ହୋଟେଲରେ କାମ କରୁଥିବା ପରିବାର ପକ୍ଷରୁ କୁହାଯାଇଛି । ସବୁ ଦିନ ଭଳି ଗତକାଲି (ସୋମବାର) ସନ୍ଧ୍ୟା ପ୍ରାୟ ୬ ଟାରେ ସେ ପରିବାର ଲୋକଙ୍କ ସହ ଫୋନ ରେ କଥା ହୋଇଥିଲେ । ହେଲେ ରାତି ପ୍ରାୟ ୮ଟା ୩୦ ବେଳକୁ ପୋଲିସ ଫୋନ୍ କରି ସରୋଜିନୀ ଆତ୍ମହତ୍ୟା କରିଥିବା ଖବର ଦେଇଥିଲା ।

ପରିବାର ଲୋକ ପହଞ୍ଚିବା ପୂର୍ବରୁ ପୋଲିସ କବାଟ ଭାଙ୍ଗି ଦେଖିବାବେଳକୁ ସରୋଜିନୀ ବେକରେ ଗାମୁଛା ଲଗାଇ ଫ୍ୟାନରେ ଝୁଲିଥିଲେ । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଆତ୍ମହତ୍ୟା ପଛର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.