Latest Odisha News

BREAKING NEWS

ଦୀର୍ଘ ସମୟ ଧରି ବସି ରହିଲେ କ୍ୟାନସର ହେବାର ସମ୍ଭାବନା

ଭୁବନେଶ୍ବର: ସରକାରୀ ଚାକିରି ହଉ ବା ବେସରକାରୀ ସବୁଠି ଏକ ସ୍ଥାନରେ ବସି ରହି କାମ କରିବାକୁ ପଡୁଛି। କେବଳ ଯେ ଅଫିସରେ ତାହା ନୁହଁ  ସେ  ଘରେ ବସି ଟିଭି ଦେଖିବା ହେଉ କି ଫୋନେ ଦେଖିବା ହେଉ। ବହୁ ସମୟ ଧରି ବସି ରହି ଆମେ ଯେକୌଣସି କାମକୁ କରୁଛନ୍ତି। ଏହା ଦ୍ୱାରା ଆମକୁ ଅନେକ ପ୍ରକାର ରୋଗ  ହେବାର ସମ୍ଭାବନା ରହିଛି। ଯେମିତିକି ମେଦବହୁଳତା, ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା। କିନ୍ତୁ ଆପଣ ଜାଣନ୍ତି କି, ବେଶୀ ସମୟ ଧରି କୌଣସି ଜାଗାରେ ବସି ରହିଲେ ଆପଣକୁ କ୍ୟାନସର ହେବାର ବହୁତ ସମ୍ଭାବନା ରହିଥାଏ। ତେବେ ଆସନ୍ତୁ ଜାଣିବା ବେସି ସମୟ ବସିବା ଦ୍ବାରା କି କ୍ୟାନସର ହୋଇଥାଏ ।

ଲମ୍ବା ସମୟ ଧରି ବସି ରହିଲେ  ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇନଥାଏ। ଯାହା ଦ୍ୱାରା ଶରୀରର ମେଟାବୋଲିଜିମ ହାରକୁ ହ୍ରାସ କରିଥାଏ। ଏବଂ ଇନସୁଲିନ ସ୍ତରକୁ ବଢାଇଥାଏ। ଯାହା ଫଲରେ କ୍ୟାନସର ହେବାର ଆଶଙ୍କାକୁ ବଢାଇଥାଏ। ଏକ ଅଧ୍ୟୟନରୁ ଜଣାପଡିଛି ଯେ,ବହୁ ସମୟ ଧରି ଗୋଟିଏ ସ୍ଥାନରେ ବସି ରହି କାର୍ଯ୍ୟକଲେ  କ୍ୟାନସର ହେବାର ବହୁତ ସମ୍ଭବନା ଥାଏ। ଯଦି ଗୋଟିଏ ସ୍ଥାନରେ  ୮ଘଣ୍ଟା ଧରି ସ୍ଥିର ହୋଇ ବସି ରହିବେ ତେବେ ଗର୍ଭାଶୟ ,ମସ୍ତିଷ୍କ, ଓ ପେଟ ଜନିତ କ୍ୟାନସର ଆଶଙ୍କା ବୃଦ୍ଧି ହୋଇଥାଏ। ତେବେ ଏହିସବୁ ପ୍ରତି ଧ୍ୟାନ ଦେବ ଉଚିତ। ଯଦି ଆପଣ କାମ କରୁଛନ୍ତି ତେବେ ବସିବା ଭିତରେ ପ୍ରତି ୩୦ମିନିଟର ଥରେ ବ୍ରେକ୍ ନିଅନ୍ତୁ। ନୀତିଦିନ ବ୍ୟାୟମ, ଯୋଗ, ଆସନ ପ୍ରାଣାୟମ  କରନ୍ତୁ

Leave A Reply

Your email address will not be published.