Latest Odisha News

BREAKING NEWS

କୁଲି କାମ କରିବାକୁ ଯାଇ ଦେଢ ବର୍ଷ ହେଲା ନିଖୋଜ ବିଧବା ମହିଳା, ଥାନାର ଦ୍ବାରସ୍ଥ ହେଲେ ମାଆ 

ନନ୍ଦପୁର: ସ୍ବାମୀଙ୍କ ଦେହାନ୍ତ ପରେ ପରିବାର ଭରଣପୋଷଣ କରିବାକୁ କୁଲି କାମ କରିବାକୁ ବାହାରକୁ ଚାଲିଯାଇଥିଲେ । ନିଜ ମା’ଙ୍କ ପାଖରେ ୭ ବର୍ଷିୟ ଓ ୩ ବର୍ଷର କୁନି ଝିଅକୁ ଛାଡ଼ି ଯାଇଥିଲେ । କିନ୍ତୁ ଦେଢ଼ ବର୍ଷ ବିତିଗଲାଣି ସେ ନିଜ ଭିଟାମାଟିକୁ ଫେରି ନାହାନ୍ତି। ଏନେଇ ଥାାନାରେ ଅଭିଯୋଗ କରିଛନ୍ତି ବିଧବା ମହିଳାଙ୍କ ମାଆ । ଏମିତି ଏକ ଖବର ଆସିଛି ନନ୍ଦପୁରରୁ।

ଦୁଇ ବର୍ଷ ତଳେ ଜଣେ ଦଲାଲ ଉମ୍ବେଇ ପଞ୍ଚାୟତର ମେଡିପୁଟ ଗାଁ ୪ ଜଣ ବିଧବା ମହିଳାଙ୍କୁ ରାୟଗଡ଼ା ଅଞ୍ଚଳକୁ କୁଲି କାମ କରିବାକୁ ଯାଇଥିଲେ । ପରେ କିଛି ମାସ ପରେ ତିନି ଜଣ ମହିଳା ନିଜ ଭିଟାମାଟିକୁ ଫେରି ଆସିଥିଲେ । ହେଲେ ସ୍ବର୍ଗତ ଦାମୋଦରଙ୍କ ପତ୍ନୀ ରାଦାମା ହନ୍ତାଲ ଫେରି ନଥିଲେ । ଯାହାପରେ ହନ୍ତାଲଙ୍କ ମାଆ ମାଳତୀ ପୁକିଆ ତାଙ୍କ ଝିଅ କଥା ଦଲାଲ ଜଣଙ୍କୁ ଝିଅ କେବେ ଫେରିବ ବୋଲି ପଚାରିଥିଲେ ।

ଦଲାଲ ଜଣଙ୍କୁ ବାରମ୍ବାର ତାଙ୍କ ଝିଅ କଥା ପୁକିଆ ପଚାରିବାରୁ ସେ ଲକ୍‌ଡାଉନ୍‌ର ଆଳ ଦେଖାଇ ଖୁବଶୀଘ୍ର ଫେରିବ ବୋଲି କହିଥିଲା । ଦିନ ଗଡ଼ିବା ପରେ ଦଲାଲ ଜଣକ ରାଦାମାଙ୍କ ଏକ ଫଟୋକୁ ଏଡିଟ କରି ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିବା ନେଇ ପୁକିଆଙ୍କୁ କହିଥିଲା । ଏଥିସହିତ ପୁଲିସ ତାଙ୍କ ଝିଅକୁ ଖୋଜୁଥିବା ନେଇ ପୁକିଆଙ୍କୁ ଦଲାଲ ସୂଚନା ଦେଇଥିଲା ।

ନନ୍ଦପୁର ଥାନରେ ଝିଅର ନିଖୋଜ ନେଇ ଏକ ଏତଲା ଦେଇଛନ୍ତି । ଏଥିସହିତ ପୁକିଆ ଦୁଇ ନାତୁଣୀଙ୍କ ଭବିଷ୍ୟତ ସହ ଝିଅର ସନ୍ଧାନ ଓ ସୁରକ୍ଷା ନିମନ୍ତେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ।

Comments are closed.