Latest Odisha News

BREAKING NEWS

ଲକ୍ଷାଧିକ ଟଙ୍କାର ଗୋଲ୍ଡ ବ୍ରେସଲେଟ ପାଇ ପୋଲିସକୁ ଫେରାଇଲେ ଏହି ଯୁବ ଆଇନଜୀବୀ !

ବ୍ରହ୍ମପୁର: ନିଜର ସଚ୍ଚୋଟତା ଲାଗି ଆଜି ବ୍ରହ୍ମପୁରର ଜଣେ ଯୁବ ଆଇନଜୀବୀ ସବୁ ମହଲରୁ ପ୍ରଶଂସିତ ହେବାରେ ଲାଗିଛନ୍ତି ।

ବାଲାଜୀ ରେଡ୍ଡୀ ନାମକ ଜଣେ ଯୁବ ଆଇନଜୀବୀ ଗୋପାଳପୁର ଜଙ୍କସନରେ ୧.୪୫ ଲକ୍ଷ ଟଙ୍କା ମୂଲ୍ୟର ଏକ ଗୋଲ୍ଡ ବ୍ରେସଲେଟ୍ ପାଇଥିଲେ । ସେ ଏହି ମୂଲ୍ୟବାନ ବ୍ରେସଲେଟଟିକୁ ବ୍ରହ୍ମପୁର ଏସପିଙ୍କୁ ନେଇ ଦେଇଥିଲେ ।

“ପ୍ରାୟ ୩୦ ଗ୍ରାମ ଓଜନର ଗୋଲ୍ଡ ବ୍ରେସଲେଟ୍ ପାଇ ମୁଁ ଏସପି ଅଫିସରେ ନେଇ ଡିପୋଜିଟ୍ କରିଥିଲି । ଏହି ବ୍ରେସଲେଟଟିର ମାଲିକ ଏସପି ଅଫିସରୁ ତାଙ୍କ ବ୍ରେସଲେଟଟିକୁ ପରେ ନେଇପାରିବେ ।” ଏହା କହିଛନ୍ତି ବାଲାଜୀ ।

ବାଲାଜୀଙ୍କ ଏହି ସାଧୁତାକୁ ପ୍ରଶଂସା କରିବା ସହିତ ବ୍ରହ୍ମପୁରର ଅତିରିକ୍ତ ଏସପି ପ୍ରଭାତ ରାଉତରାଏ କହିଛନ୍ତି ଯେ, ଏହି ବ୍ରେସଲେଟଟି ଏବେ ଗୋପାଳପୁର ଥାନାରେ ରହିଛି । ଏହାର ମାଲିକ ସନ୍ତୋଷଜନକ ପ୍ରମାଣ ଦେଇ ଏଠାରୁ ନେଇପାରିବେ ।

ଗଞ୍ଜାମ ବାର୍ ଆସୋସିଏସନ ପକ୍ଷରୁ ମଧ୍ୟ ବାଲାଜୀଙ୍କ ସଚ୍ଚୋଟତାକୁ ଭୁରି ଭୁରି ପ୍ରଶଂସା କରାଯାଇଛି । ବାଲାଜୀ ପୂର୍ବରୁ ଅନେକ ପ୍ରଶଂସନୀୟ ସାମାଜିକ କାର୍ଯ୍ୟ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁବାର ପୁରସ୍କୃତ ହୋଇଥିବାର ସୂଚନା ମିଳିଛି ।

Leave A Reply

Your email address will not be published.