Latest Odisha News

BREAKING NEWS

ପ୍ରେମ ପାଇଁ ଯୁବକଙ୍କ ଆତ୍ମହତ୍ୟା !

ବ୍ରହ୍ମପୁର: ବ୍ରହ୍ମପୁର ଗୁଡସ ରୋଡ଼ ନିକଟ ରେଳଧାରଣାରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ମୃତଦେ। ମୃତକ ଜଣଙ୍କ ହେଉଛନ୍ତି ଗୋଷାଣି ନୂଆଗାଁ ଦଶଘରିଆ ସାହିର ସୀମନ ସାହୁ।

ସୂଚନା ଅନୁସାରେ, ସୋମବାର ସକାଳୁ ବ୍ରହ୍ମପୁର ଗୁଡସ ରୋଡ଼ ନିକଟ ରେଳ ଧାରଣାରୁ ଜଣେ ଯୁବଙ୍କର ମୃତ ଦେହ ଉଦ୍ଧର କରାଯାଇଥିଲା । ଏହାପରେ ଏହି ମୃତ ଦେହଟି ସ୍ଥାନୀୟ ବାସିନ୍ଦା ଲୋକନାଥ ସାହୁଙ୍କ ପୁଅ ସୀମନ ସହୁଙ୍କର ବୋଲି ଚିହ୍ନଟ ହୋଇଥିଲା । ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ, ଏହା ପ୍ରେମ ଜନିତ କାରଣରୁ ଘଟିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା।

ସୀମନଙ୍କ ମୃତ ଶରୀରଟିର ମୁଣ୍ଡ ଗଣ୍ଡି ଅଲଗା ହୋଇ ପଡିଥିବା ଦେଖିବାକୁ ମିଳିଥିଲା। ଜିଆରପି ପୋଲିସ ଘଟଣା ସ୍ଥଳରର ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.