ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଲଘୁଚାପର ରୂପ ନେବାକୁ ଯାଉଥିବା ବେଳେ ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୭ ଟି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ସମ୍ଭାବନା ଥିବା ନେଇ ସତର୍କ ସୂଚନା ଜାରି କରାଯାଇଛି।
ଏହି ସାତଟି ଜିଲ୍ଲା ହେଉଛି ମାଲକାନାଗିରି, ନବରଙ୍ଗପୁର, କୋରାପୁଟ, କାଳାହାଣ୍ଡି, ଗଜପତି, ରାୟଗଡା ଏବଂ ବାଲାଙ୍ଗୀର। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ସମସ୍ତ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବଜ୍ରପାତ ଆଶଙ୍କା ଥିବା ପୂର୍ବାନୁମାନ କରାଯାଇଛି । ଆଇଏମଡି ପକ୍ଷରୁ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି।
ସତର୍କତା ଅବଲମ୍ବନ କରିବା ସହ ବଜ୍ରପାତ ସମୟରେ ଘରେ ରହିବାକୁ କେନ୍ଦ୍ର ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।