ଭୁବନେଶ୍ୱର: ଆଉ ଏକ ପ୍ରେମପ୍ରତାରଣାର କାହାଣୀ । ପ୍ରେମିକା ଉପରେ ଅଭିମାନ କରି ଓୟୋ ରୁମରେ ଝୁଲି ପଡିଲେ ପ୍ରେମିକ । ପ୍ରେମିକାର ଓଢଣୀ ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି ଯୁବକ । ଘଟଣା ଘଟିଛି ଭୁବେନଶ୍ୱର ଜାଗମରା ଅଞ୍ଚଳରେ । ମୃତ ଯୁବକଙ୍କ ନାମ ଦୁର୍ଗା ପ୍ରସାଦ ମିଶ୍ର । ତାଙ୍କର ଘର ନିଆଳିରେ ବୋଲି ଜଲଣାପଡିଛି ।
ଜାଗମରା ଅଞ୍ଚଳରେ ଥିବା ଏକ ଓୟୋ ରୁମରେ ଗତକାଲି ନିଜ ଜନ୍ମଦିନ ପାଳିବାକୁ ଆସିଥିଲେ ଦୁର୍ଗା । ସାଙ୍ଗମାନଙ୍କ ସହ ଜନ୍ମଦିନ ପାଳିବେ, ମସ୍ତି କରିବେ । ଦୁର୍ଗାଙ୍କ ସହ ତାଙ୍କ ବାନ୍ଧବୀ ଓ ଅନ୍ୟ ୨ ଜଣ ବନ୍ଧୁ ଥିଲେ । ହେଲେ କ’ଣ ହେଲା କେଜାଣି ରାତିରେ ଦୁର୍ଗା ଏତେବଡ ନିଷ୍ପତ୍ତି ନେଲେ ! ଓଢଣୀ ବେକରେ ବାନ୍ଧି ଝୁଲି ପଡିଲେ ।
ଏ ନେଇ ପରିବାର ଲାେକେ ତାଙ୍କୁ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଦୁର୍ଗାଙ୍କ ମା’ ପାଖକୁ ଗତକାଲି ରାତି ୨ଟାରେ ଫୋନ ଆସିଥିବା ସେ କହିଛନ୍ତି । ତେବେ ଦୁର୍ଗାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ତେବେ ତାଙ୍କ ହାତ ଓ ବେକରେ କ୍ଷତ ଥିବା ମଧ୍ୟ ଦେଖିବା ପାଇଁ ମିଳିଛି ।ଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା ଖଣ୍ଡଗିରି ପୁଲିସ । ସାଙ୍ଗମାନଙ୍କୁ ଅଟକ ରଖି ପୁଲିସ ବର୍ତ୍ତମାନ ପଚରାଉଚରା ଜାରିରଖିଛି ।
Comments are closed.