Latest Odisha News

BREAKING NEWS

ମିଷ୍ଟର ଓଡ଼ିଶା ବିଜୟୀ ହେଲେ ଦେବାଶିଷ ଦତ୍ତ, ଜାତୀୟସ୍ତରରେ ଖେଳିବା ନେଇ ରଖିଛନ୍ତି ଲକ୍ଷ୍ୟ

ଝାରସୁଗୁଡ଼ା : ବେଲପାହାଡ଼ ଠାରେ KBBA ଓ IBBFF ପକ୍ଷରୁ ଏକ ବଡିବିଲ୍ଡିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବହୁ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ  । ହେଲେ ସମସ୍ତଙ୍କୁ ପଛରେ ପକାଇ ଝାରସୁଗୁଡା ଜିଲ୍ଲାର ଗୋଲ୍ଡ ଫିଟନେସ୍ ହବ୍ ପକ୍ଷରୁ ଅଂଶ ଗ୍ରହଣ କରିଥିବା ଦେବାଶିଷ ଦତ୍ତ ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିଗ୍ରହଣ କରିଥିଲେ । ଜାତୀୟସ୍ତର ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ନେଇ ଦେବାଶିଷଙ୍କର ଲକ୍ଷ୍ୟ ରହିଥିବା କହିଛନ୍ତି ।

ଅନ୍ୟ ପଟେ ଜୁନିଅର ବଡିବିଲ୍ଡିଂ ପ୍ରତିଯୋଗିତାରେ ମଧ୍ୟ ତୁଷାର ସୁନା ନାମକ ଜଣେ ଯୁବକ ଶାରୀରିକ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ଗ୍ରହଣ କରିଛନ୍ତି । ତେବେ ଏହି ସମାନ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ଗ୍ରହଣ କରିବା ସହିତ ବଡିବିଲ୍ଡିଂରେ ପଞ୍ଚମ ସ୍ଥାନ ଗ୍ରହଣ କରିଛନ୍ତି ମନୋଜ କଣ୍ଟା ।

Leave A Reply

Your email address will not be published.