Latest Odisha News

BREAKING NEWS

ସୈଫଙ୍କ ସହ ଅଭିନୟକୁ କାହିଁକି ମନା କଲେ ଆମିର ଖାନ ?

ମୁମ୍ବାଇ: ବହୁଦିନ ଧରି ଶୁଣିବାକୁ ମିଳିଥିଲା ଏକାଠି ଅଭିନୟ କରିବେ ସୈଫ ଅଲ୍ଲି ଖାନ ଓ ଆମିର ଖାନ । ଗୋଟିଏ ହିନ୍ଦୀ ରିମେକ ପ୍ରୋଜେକ୍ଟରେ ନଜର ଆସିବେ ଦୁଇ ସୁପରଷ୍ଟାର । ହେଲେ ଏବେ ଏହି ଖବରରେ ଯବନକା ପକାଇଛନ୍ତି ମିଷ୍ଟର ପରଫେକ୍ସନିଷ୍ଟ ଆମିର । କାହିଁକି ନା ଫିଲ୍ମରେ ଅଭିନୟ କରିବାକୁ ଆମିର ଖାନ ସିଧାସଳଖ ମନା କରିଦେଇଛନ୍ତି ।

ଟଲିଉଡ କ୍ରାଇମ୍ ଥ୍ରିଲର ଫିଲ୍ମ ବିକ୍ରମ ବେଧା । ନିର୍ମାଣ ହୋଇଥାନ୍ତା ଏହି ସୁପରହିଟ୍ ଫିଲ୍ମର ହିନ୍ଦୀ ରିମେକ ଭର୍ସନ । ବହୁଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ଏକାଠି ହୋଇଥାନ୍ତେ ସୈଫ ଓ ଆମିର । ଏପରିକି ଚଳିତବର୍ଷ ମାର୍ଚ୍ଚ ମାସରେ ଏହାର ସୁଟିଂ ବି ଆରମ୍ଭ ହେବାକୁ ଥିଲା । ହେଲେ କରୋନା ମହାମାରୀ ପାଇଁ ଫିଲ୍ମଟି ଅଟକି ରହିଥିଲା ।

ମିଳିଥିବା ଖବର ଅନୁଯାୟୀ ଏହି ଫିଲ୍ମରୁ କୁଆଡେ ଆମିର ପଛଘୁଂଚା ଦେଇଛନ୍ତି । ଏହା ପଛରେ କାରଣ ସାଜିଥିଲା ଫିଲ୍ମର ସ୍କ୍ରିନ୍‌ପ୍ଲେ । ଆମିରଙ୍କୁ ଫିଲ୍ମର ସ୍କ୍ରିପ୍ଟ ପସନ୍ଦ ଆସିଥିଲେ ବି ଏହାର ସ୍କ୍ରିନ୍‌ପ୍ଲେ କିନ୍ତୁ ତାଙ୍କ ମନକୁ ପାଇନଥିଲା । ଏଥିପାଇଁ ସେ ପ୍ରୋଜେକ୍ଟରୁ ଓହରିଯାଇଛନ୍ତି । ଅନ୍ୟପଟେ ସୈଫ କିନ୍ତୁ ଏହି ପ୍ରୋଜେକ୍ଟରୁ ଓହରିନାହାନ୍ତି ।

Leave A Reply

Your email address will not be published.