Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ନାଁରେ ଲାଗିଲା ଏନଏସଏ

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ନାଁରେ ଏନଏସଏ ବା ଜାତୀୟ ନିରାପତ୍ତା ଆଇନ ଲାଗୁ ହୋଇଛି । ଦାଦାବଟି ଆଦାୟ ଓ ସର୍ବସାଧାରଣରେ ଆତଙ୍କ ସୃଷ୍ଟି ପାଇଁ ଏନଏସଏ ଲାଗିଛି । ପୋଲିସ କମିଶନର ଏନଏସଏ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏସିଡିଜେଏମ୍ କୋର୍ଟରେ ଜାମିନ ପାଇବାର କିଛି ଘଣ୍ଟା ମଧ୍ୟରେ ଗ୍ୟାଙ୍ଗଷ୍ଟାର ରାଜା ବିରୋଧରେ ଏନଏସଏ ଲାଗୁ କରାଯାଇଛି । ଦାଦାବଟି ଆଦାୟ ମାମଲାରେ ଗିରଫ ହୋଇଥିବା ରାଜାକୁ ଜାମିନ୍ ମିଳିଥିଲା ।

ରାଜା ଆଚାର୍ଯ୍ୟ ନାଁରେ ଅନେକ ସଂଗୀନ ଅଭିଯୋଗ ରହିଛି । କିଛି ଦିନ ତଳେ ୨୦ ହଜାର ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ରାଜା ଆଚାର୍ଯ୍ୟକୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ଗିରଫ ପରେ ରାଜାକୁ କ୍ୟାପିଟାଲ ଥାନାରେ ଜେରା କରାଯାଇଥିଲା । କେବଳ ଏତିକି ନୁହଁ ଦାଦା ବଟି ଆଦାୟ ଓ ଅନେକ ଅପରାଧିକ ମାମଲାରେ ରାଜାକୁ ପୂର୍ବରୁ ମଧ୍ୟ ପୋଲିସ ଗିରଫ କରିଥିଲା ।

୨୦୦୮ରୁ ବିଭିନ୍ନ ମାମଲାରେ ଛନ୍ଦି ହୋଇ ଜେଲରେ ଥିଲା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ । କିଛି ଦିନ ତଳେ ଜାମିନରେ ଆସିବା ପରେ ପୁଣି ତାର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଥିଲା । ଏବେ ଏଥିରେ କମିଶନରେଟ୍‌ ପୋଲିସ ବ୍ରେକ୍ ଲଗାଇଛି ।

Leave A Reply

Your email address will not be published.