Latest Odisha News

BREAKING NEWS

ପୁଣି ଘୁଞ୍ଚିଲା ‘ଲାଲ୍‌ ସିଂ ଚଢା’ର ରିଲିଜ ଡେଟ୍‌

ନୂଆଦିଲ୍ଲୀ: ପୁଣି ଘୁଞ୍ଚିଲା ଅମିର ଖାନ ଏବଂ କରୀନା କପୁରଙ୍କ ଅଭିନୀତ ଏବଂ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ଲାଲ୍‌ ସିଂ ଚଢା’ର ରିଲିଜ ଡେଟ୍‌। ସୂଚନା ଅନୁଯାୟୀ, ଫିଲ୍ମ ୧୪ ଏପ୍ରିଲ ୨୦୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହାପୂର୍ବରୁ ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଖ୍ରୀଷ୍ଟମାସରେ ପରଦାକୁ ଆସିବା ନେଇ ଯୋଜନା କରାଯାଇଥିଲା। ଅବଶ୍ୟ, ଏହା ପରେ ଭାଲେଣ୍ଟାଇନ୍ସ ଡେ ୨୦୨୨ କୁ ଘୁଞ୍ଚାଇ ଦିଆଯାଇଥିଲା। ବର୍ତ୍ତମାନ, ଏହାକୁ ପୁନର୍ବାର ସ୍ଥଗିତ ରଖାଯାଇଛି।

ସେପ୍ଟେମ୍ବରରେ, ‘ଲାଲ୍‌ ସିଂ ଚଢା’ର ନିର୍ମାତା ଘୋଷଣା କରିଥିଲେ ଯେ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଭାଲେଣ୍ଟାଇନ୍ସ ଡେ ଅର୍ଥାତ୍‌ (ଫେବୃଆରୀ ୧୪) ରେ ମୁକ୍ତିଲାଭ କରିବ। ତେବେ ପୁଣି ଥରେ ଏହାର ରିଲିଜ୍‌ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଛି। ତେବେ ଏହାର କାରଣ କଣ ଏଯାଏ ଜଣାପଡ଼ିନାହିଁ।

Comments are closed.