Latest Odisha News

BREAKING NEWS

ଉନ୍ନତ ସ୍ୱାସ୍ଥ୍ୟସେବାରେ ଅନୁଗୁଳ, ୧୧୭୬ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ

ଅନୁଗୁଳ: ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଯୋଡିହେଲା ଅନୁଗୁଳ। ଢେଙ୍କାନାଳ ପୂର୍ବରୁ ଅନୁଗୁଳରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଜିଲ୍ଲାରେ ୧୧୭୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ୯୨୪ କାଟି ଟଙ୍କାର ହୋଇଛି ଭିତ୍ତି ପ୍ରସ୍ତର ସ୍ଥାପନ।

ଜିଲ୍ଲାର ବିକାଶ ଧାରାକୁ ଏହା ଆଗକୁ ନେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି ।

ଜିଲ୍ଲାର ଚାଷୀଙ୍କ ପାଇଁ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ୱାରା ଅନୁଗୁଳ ଜିଲ୍ଲାର ୧୦ଲକ୍ଷ ଲୋକ ସୁବିଧା ପାଇବେ। ଚିକିତ୍ସା ପାଇଁ ଟଙ୍କା ଚିନ୍ତା ଦୂର ହେବ । ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଏହି କାର୍ଡ ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ରାଜ୍ୟର ୯୬ ଲକ୍ଷ ପରିବାର ଏହି କାର୍ଡ ପାଇବେ । ଉପକୃତ ହେବେ ସାଢେ ୩କୋଟି ଲୋକ। ହେଲଥ କାର୍ଡ ପାଇଥିବା ହିତାଧିକାରୀଙ୍କୁ ଦେଶର ବଡ଼ବଡ଼ ୨ ଶହ ହସ୍ପିଟାଲରେ ମିଳିବ ଚିକିତ୍ସା ସୁବିଧା।

ଏହା କାର୍ଡ ପାଇଥିବା ହିତାଧିକାରୀଙ୍କୁ  ହସ୍ପିଟାଲରେ କୌଣସି ଡକ୍ୟୁମେଣ୍ଟ ଦେବାକୁ ପଡ଼ିବନି। ବିନା କୌଣସି ଅସୁବିଧାରେ ଡାକ୍ତରଖାନାରେ ନିଜର ଚିକିତ୍ସା କରାଇପାରିବେ। ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ୱାରା ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ।

Leave A Reply

Your email address will not be published.