Latest Odisha News

BREAKING NEWS

ପ୍ରସନ୍ନାଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ନେଇ ଅମୀର ଆଗ୍ରହୀ

ମୁମ୍ବାଇ: ବଲିଉଡର ଷ୍ଟାର ଅଭିନେତା ଅମୀର ଖାଁ ଏବେ ଲାଲ ସିଂ ଚଢ଼ା ଫିଲ୍ମ ଶୁଟିଂରେ ବ୍ୟସ୍ତ । ଅବଶ୍ୟ ଏବେ ସେ ଏହି ଶୁଟିଂ କିଛି ଦିନ ବନ୍ଦ ରଖି ବନ୍ଧୁ ଅମୀନ ହାଜିଙ୍କ ଏକ ଫିଲ୍ମରେ ଡ୍ୟାନ୍ସ ନମ୍ବର ଶୁଟିଂ କରୁଛନ୍ତି । ବଲିଉଡ ହଙ୍ଗମାରେ ପ୍ରକାଶିତ ଖବର ଅନୁସାରେ ଅମୀର ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

ଶୁଭ ମଙ୍ଗଳ ସାବଧାନର ନିର୍ଦ୍ଦେଶକ ଆରଏସ ପ୍ରସନ୍ନାଙ୍କ ଏକ ସ୍ପୋର୍ଟ୍ସ ଡ୍ରାମା ସ୍କ୍ରିପ୍ଟ ନେଇ ଅମୀର ବେଶ୍ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହେବାରେ ଲାଗିଛି । ଖୁବ୍ ଶୀଘ୍ର ଏହାର ଚୂଡାନ୍ତ ରୂପରେଖା ପ୍ରଶଂସକଙ୍କ ସମ୍ନାକୁ ଆସିବ । ଅମୀର ଲାଲା ସିଂ ଚଢ଼ା ପରେ ଗୁଲଶନ କୁମାରଙ୍କ ବାୟୋପିକ୍ ମୋଗୁଲର ଶୁଟିଂ ଆରମ୍ଭ କରିବେ ।

Leave A Reply

Your email address will not be published.