Latest Odisha News

ଆଇଆଇଏମ୍‍ସିରେ ଭାରତୀୟ ଖବରକାଗଜ ଦିବସ ପାଳିତ; ପ୍ରଥମ ଲ୍ୟାବ୍‍ ଜର୍ଣ୍ଣାଲ୍‍ ଉନ୍ମୋଚିତ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ୨୦୨୦-୨୦୨୧ ଶିକ୍ଷା ବର୍ଷର ପ୍ରଥମ ଲ୍ୟାବ୍‍ ଜର୍ଣ୍ଣାଲ୍‍ ଉନ୍ମୋଚିତ ହୋଇଛି । ସ୍ନାତକୋତ୍ତର ଓଡ଼ିଆ ସାମ୍ବାଦିକତା ଡିପ୍ଲୋମା ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ଏହାକୁ ପ୍ରସ୍ତୁତ କରିଛନ୍ତି ।

ଏହି ଅଭ୍ୟାସ ପ୍ରକାଶନ ଉନ୍ମୋଚନ କରି ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି, ଆଜି ହେଉଛି ଭାରତୀୟ ଖବରକାଗଜ ଦିବସ । ଏହି ଦିନ ଅର୍ଥାତ୍‍ ୧୭୮୦ ମସିହା ଜାନୁଆରୀ ୨୯ ତାରିଖରେ ଭାରତରେ ‘ହିକିସ୍‍ ବେଙ୍ଗଲ୍‍ ଗେଜେଟ୍‍’ ପ୍ରଥମ ଖବରକାଗଜ ଭାବେ ପ୍ରକାଶ ପାଇଥିଲା । ଗୋଟିଏ ଖବରକାଗଜ ପ୍ରକୃତରେ କ’ଣ କରିବା ଉଚିତ, କ’ଣ କରିବା ଅନୁଚିତ ତାହା ପ୍ରଥମ ସଂସ୍କରଣରେ ଏହି ଖବରକାଗଜ ଲେଖିଥିଲା ।

ଖବରକାଗଜ ସମସ୍ତଙ୍କ କଥା ଶୁଣିବା ଉଚିତ ଏବଂ କାହା ପାଖରେ ମୁଣ୍ଡ ନୁଆଁଇବା ଠିକ୍‍ ନୁହେଁ ବୋଲି ଏଥିରେ କୁହାଯାଇଥିଲା । ବାସ୍ତବରେ ଏହା ହିଁ ହେଉଛି ଖବରକାଗଜର ଧର୍ମ । ଏଣୁ ଗଣମାଧ୍ୟମ ଏହାକୁ ପ୍ରୟୋଗ କରିବା ଦିଗରେ ଅଧିକ ଚେଷ୍ଟା କରିବା ଉଚିତ । ସେହିପରି ଯୁବ ସାମ୍ବାଦିକ ତଥା ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରଛାତ୍ରୀମାନେ ମଧ୍ୟ ହିକିସ୍‍ ଗେଜେଟ୍‍ର ଏହି ମହତ୍ତ୍ୱପୂର୍ଣ୍ଣ କଥାକୁ ପ୍ରତିପାଦନ କରିବା ଆବଶ୍ୟକ ବୋଲି ଡ. ଚାଟାର୍ଜୀ ମତବ୍ୟକ୍ତ କରିଛନ୍ତି ।

ଗୁଗୁଲ୍‍ ମିଟ୍‍ ପ୍ଲାଟ୍‍ଫର୍ମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଯୋଗଦେଇଥିଲେ ।

Leave A Reply

Your email address will not be published.