Latest Odisha News

BREAKING NEWS

ବ୍ରେକ ପରେ ସ୍ପେନିଶ ଫିଲ୍ମ ଚାମ୍ପିୟନ୍ସର ରିମେକରେ କାମ କରିବେ ଅମୀର

ମୁମ୍ବାଇ: ଲାଲ ସିଂ ଚଢା ଫ୍ଲପ ହେବା ପରେ ବଲିଉଡ ଷ୍ଟାର ଅମୀର ଖାଁ କିଛି ଦିନ ପାଇଁ ବ୍ରେକ ନେବାକୁ ନିଷ୍ପତି ନେଇଛନ୍ତି । ସେ ଛୁଟି କଟାଇବା ପାଇଁ ଆମେରିକା ଯାଇଛନ୍ତି । ୪ ବର୍ଷ ଅକ୍ଳାନ୍ତ ପରିଶ୍ରମ ପରେ ଲାଲ ସିଂ ଚଢ଼ାର ନୈରାଶ୍ୟଜନକ ବ୍ୟବସାୟ ଅମୀରଙ୍କୁ ନିରାଶ କରିଛି । ତେବେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡି ନାହାନ୍ତି । ରିପୋର୍ଟ ମୁତାବକ ସ୍ପେନର ବହୁ ଚର୍ଚ୍ଚିତ ଚାମ୍ପିୟନ ଫିଲ୍ମର ରିମେକରେ ସେ ଅଭିନୟ କରିବେ । ଏହି ଫିଲ୍ମ ମଧ୍ୟ ଓସ୍କାରରେ ଶ୍ରେଷ୍ଠ ବିଦେଶୀ ଫିଲ୍ମ ପୁରସ୍କାର ପାଇଥିଲା । ଏହା ସମ୍ପୂର୍ଣ୍ଣ ଭାବେ କ୍ରୀଡା ଉପରେ ଆଧାରିତ ଏକ ଫିଲ୍ମ ।

କିପରି ଶାରୀରିକ ରୂପରେ ଅକ୍ଷମ ଜଣେ ଆଥଲେଟ ସଫଳତା ହାସଲ କରିଛି ତାହା ଉପରେ ଆଧାରିତ । ଫିଲ୍ମର ଷ୍ଟାରକାଷ୍ଟକୁ ନେଇ ମେକର୍ସଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଖୁବ ଶୀଘ୍ର ଏ ନେଇ ଘୋଷଣା କରାଯିବ ବୋଲି ଜଣାପଡିଛି । ଛୁଟି କାଟି ଆସିବା ପରେ ଅମୀର ଏହାର ଶୁଟିଂରେ ବ୍ୟସ୍ତ ରହିବେ ।

Leave A Reply

Your email address will not be published.