Latest Odisha News

BREAKING NEWS

ଆପ୍ କର୍ପୋରେଟରଙ୍କ ନାମରେ ହତ୍ୟା ଅପରାଧ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ସଂପୃକ୍ତି ଥିବା ଅଭିଯୋଗରେ ଆମ ଆଦମି ପାର୍ଟି (ଆପ) କର୍ପୋରେଟର ତାହିର ହୁସେନଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏଫଆଇଆର ରୁଜ୍ଜୁ କରିଛି । ଦିଲ୍ଲୀର ଦୟାଲପୁର ପୁଲିସ ଷ୍ଟେସନରେ ଏହି ମାମଲା ରୁଜ୍ଜୁ କରାଯାଇଛି । ଏହା ସହିତ ତାକୁ ଧରିବା ପାଇଁ ତଲାସି ଅଭିଯାନ ଆରମ୍ଭ ହୋଇଯାଇଛି । ତା ବିରୁଦ୍ଧରେ ଧାରା ଆଇପିସିର ୩୦୨ (ହତ୍ୟା ) ଲଗାଯାଇଛି । 

ଏହି ହିଂସାକୁ ନେଇ ପୁଲିସ ଏପର୍ୟ୍ୟନ୍ତ ୪୮ଟି ଏଫଆଇଆର ରୁଜ୍ଜୁ କରିଛି ଓ ମାମଲାକୁ କ୍ରାଇମ ବ୍ରାଞ୍ଚକୁ ପ୍ରେରଣ କରାଯାଇଛି ।  ତାହିର ହୁସେନ ଘରେ ଦଙ୍ଗାକାରୀ ଆଶ୍ରୟ ନେବା ସହ ଆକ୍ରମଣ କରିଥିବା ଭିଡ଼ିଓ ଭାଇରାଲ ହେବା ପରେ ତାକୁ ଗିରଫ କରିବାକୁ ପୁଲିସ ଉପରେ ପ୍ରବଳ ଚାପ ପଡ଼ିଥିଲା । ତା ଘରୁ ମଧ୍ୟ ବିପୁଳ ପରିମାଣରେ ବିସ୍ଫୋରକ, ପେଟ୍ରୋଲ ବୋମା, ଏସିଡ, ପଥର, ମାରଣାସ୍ତ୍ର ଆଦି ମିଳିଛି ।

Leave A Reply

Your email address will not be published.