Latest Odisha News

BREAKING NEWS

ସିଏଏ ନିଆଁ: ଦିଲ୍ଲୀରେ ଥମୁଛି ହିଂସା, ଫେରୁଛି ଶାନ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ ଆରମ୍ଭ ହୋଇଥିବା ନାଗରିକତା ଆଇନ ବିରୋଧୀ ହିଂସା ଏବେ ଧୀରେ ଧୀରେ ଥମିବାରେ ଲାଗିଛି । ହାଇକୋର୍ଟଙ୍କ ଭର୍ତ୍ସନା ପରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଏକ୍ସନ ମୋଡ଼ରେ ପହଂଚିଛନ୍ତି । ତିନି ଦିନ ପରେ ପ୍ରଶାସନର ଚେତା ପଶିଛି । ହିଂସା ଗ୍ରସ୍ତ ଅଚଂଳରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ହିଂସାକାଣ୍ଡ ଘଟିବା ପରେ ରାସ୍ତା ଉପରେ ପଡ଼ିଥିବା ପୋଡ଼ି ଜଳି ଯାଇଥିବା ଗାଡ଼ି, ପଥର ଏବଂ ଅଳିଆ ସଫା କରାଯାଇଛି । ଗାଡ଼ି ଚଳାଚଳ ସ୍ୱଭାବିକ ହୋଇଛି ।
ସବୁ ଜଳିଗଲା ପରେ ଚତୁର୍ଥ ଦିନରେ ଲୋକଙ୍କ ମନରୁ ଭୟ ଦୂରେଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଉତ୍ତର ପୂର୍ବ ଦିଲ୍ଲୀର ସମ୍ବେଦନଶୀଳ ଅଂଚଳରୁ ବହୁ ଲୋକେ ଜୀବନ ବିକଳରେ ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଥିଲେ । ତେବେ ପରିସ୍ଥିତି ଶାନ୍ତ ପଡିବା ପରେ ଆଜି ସେମାନେ ଫେରିଛନ୍ତି । ଦୋକାନ ବଜାର ଖୋଲିଛନ୍ତି । ଉକ୍ତ ଅଂଚଳରେ ପୋଲିସ ୨୪ ଘଂଟିଆ ପହରା ଦେଇଛି ।

ସୂଚନା ଯୋଗ୍ୟ ଯେ, ଦିଲ୍ଲୀ ଦଙ୍ଗାରେ ବର୍ତ୍ତମାନ ଯାଏଁ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦ରୁ ଅଧିକ ଆହତ ହୋଇଛନ୍ତି । ବହୁ ଘର ଓ ଦୋକାନ ବଜାର ପୋଡି ଦେଇଛନ୍ତି ବିକ୍ଷୋଭକାରୀ ।

Leave A Reply

Your email address will not be published.