Latest Odisha News

BREAKING NEWS

କେଜ୍ରିୱାଲ୍ ଆଗୁଆ, ପଛରେ ପଡ଼ିଛନ୍ତି ସିସୋଦିଆ; ଆପ୍ – ୫୮, ବିଜେପି – ୧୨, କଂଗ୍ରେସ – ୦

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଅନ୍ତିମ ଫଳାଫଳ ଆଉ କିଛି ସମୟ ମଧ୍ୟରେ ଘୋଷଣା ହେବାକୁ ଥିବା ବେଳେ ଅନ୍ତିମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି ୫୮ଟି ଆସନରେ ଆଗୁଆ ରହିଛି । ଗତ ୨୦୧୫ ନିର୍ବାଚନରେ ୩ଟି ଆସନ ପାଇଥିବା ଭାରତୀୟ ଜନତା ପାର୍ଟି ୧୨ଟି ଆସନରେ ଅଗ୍ରଣୀ ଲାଭ କରିଛି । ମାତ୍ର କଂଗ୍ରେସ ଦଳ କୌଣସି ଗୋଟିଏ ବି ଆସନ ଜିତିବାର ସମ୍ଭାବନା ପ୍ରାୟ ହରାଇ ସାରିଛି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ଆସନରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ସୁନୀଲ କୁମାର ଯାଦବଙ୍କ ଠାରୁ ପ୍ରାୟ ୧୧, ୮୦୦ ଭୋଟରେ ଆଗୁଆ ରହିଛନ୍ତି ।

ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ରବିନ୍ଦର ସିଂହ ତନେଗିଙ୍କ ଠାରୁ ପ୍ରାୟ ୧,୩୦୦ ଭୋଟରେ ପଛୁଆ ରହିଛନ୍ତି ।

ନିର୍ବାଚନ ଭୋଟ ଗଣନା: ସମୁଦାୟ ସିଟ୍ ୭୦

ଆମ୍ ଆଦମୀ ପାର୍ଟି – ୫୮
ଭାରତୀୟ ଜନତା ପାର୍ଟି – ୧୨
କଂଗ୍ରେସ -୦

ଗଣମାଧ୍ୟମର ଏକଜିଟ୍ ପୋଲ୍ ଫଳାଫଳ ଘୋଷଣା ହେବା ପରେ ମଧ୍ୟ ବିଜେପି ନେତା ମନୋଜ ତିୱାରୀ କହିଥିଲେ ଦିଲ୍ଲୀରେ ବିଜେପି ୪୮ଟି ଆସନ ପାଇ କ୍ଷମତାକୁ ଆସିବ । ମାତ୍ର ଏହା ଭୂଲ୍ ସାବ୍ୟସ୍ତ୍ୟ ହେବାକୁ ଯାଉଛି । ଅବଶ୍ୟ ଗତ ୨୦୧୫ ନିର୍ବାଚନ ଅପେକ୍ଷା ଏହି ନିର୍ବାଚନରେ ବିଜେପି ଅଧିକ ଆସନ ଅକ୍ତିଆର କରିବାକୁ ଯାଉଛି ।

Leave A Reply

Your email address will not be published.