Latest Odisha News

BREAKING NEWS

ଅରବିନ୍ଦ କେଜ୍ରିୱାଲଙ୍କ ଭାଲେଣ୍ଟାଇନ ଡେ’ ସହିତ କନେକ୍ସନ କ’ଣ ? ଜାଣନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦ ପାଇଁ ଭୋଟ୍ ଗଣତି ଜାରି ରହିଛି । ପ୍ରାରମ୍ଭିକ ସ୍ଥିତିରେ ଆପ୍ ଦିଲ୍ଲୀର ଦରବାର ହାତେଇବ ବୋଲି ଜଣାପଡୁଛି । ଯଦି ଏମିତି ହୁଏ, ତେବେ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ । ମିଳିଥିବା ସୂଚନା ଅନୁସାରେ, ଯଦି କେଜ୍ରିୱାଲଙ୍କ ବିଜୟ ହେଉଛି, ତେବେ ଭାଲେଣ୍ଟାଇନ ଡେ’ ଅର୍ଥାତ୍ ୧୪ ଫେବୃଆରୀରେ ସେ ଶପଥ ନେଇପାରନ୍ତି । ଭାଲେଣ୍ଟାଇନ ଡେ’ ତାଙ୍କ ପାଇଁ ବହୁତ ଖାସ୍ ଥିବାରୁ ସେ ଏହି ଦିନ ଶପଥ ନେବାକୁ ପସନ୍ଦ କରନ୍ତି । କାହିଁକି ଏମିତି ଆସନ୍ତୁ ଜାଣିବା ।

ବର୍ଷ ୨୦୧୩ରେ ପ୍ରଥମ ଥର ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଗଢ଼ିଥିଲା । ସେହି ବର୍ଷ ବିଜେପିକୁ ୩୧ ସିଟ୍‌, ଆପ୍ କୁ ୨୮ ଓ କଂଗ୍ରେସକୁ ୮ଟି ବିଧାନସଭା ସିଟ୍ ମିଳିଥିଲା । ତେବେ ଆପ୍ କଂଗ୍ରେସ ସହିତ ମେଣ୍ଟ କରି ସରକାର ଗଠନ କରିଥିଲା । କେଜ୍ରିୱାଲ ୨୮ ଡିସେମ୍ବରରେ ପ୍ରଥମ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ । କିନ୍ତୁ କଂଗ୍ରେସ ସହିତ ଆପ୍ ର ମତାନ୍ତର ପରେ କେବଳ ୪୯ ଦିନରେ ସରକାର ଭାଙ୍ଗିଯାଇଥିଲା । ଏହାପରେ କେଜ୍ରିୱାଲ ଫେବୃଆରୀ ୧୪, ୨୦୧୪ରେ ଇସ୍ତଫା ଦେଇଥିଲେ ।

ବର୍ଷ ୨୦୧୫ରେ ନିର୍ବାଚନ ଘୋଷଣା ହେବା ପରେ ଆପ୍ ରାମଲୀଲା ମୈଦାନରେ ୧୪ ଫେବୃଆରୀରେ ଶପଥ ସମାରୋହ କରିବ ବୋଲି ଘୋଷଣା କରିଥିଲା । ଆପ୍ ୬୭ଟି ସିଟରେ ଦିଲ୍ଲୀରୁ ବିଜୟ ଓ ବିଜେପି ମାତ୍ର ୩ଟି ସିଟରେ ସନ୍ତୋଷ ହୋଇଥିଲା । ଏବଂ କଂଗ୍ରେସ ଖାତା ହିଁ ଖୋଲି ପାରିନଥିଲା । ଏହାପରେ କେଜ୍ରିୱାଲ ୧୪ ଫେବୃଆରୀ, ୨୦୧୫ରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିଲେ ।

Leave A Reply

Your email address will not be published.