ଚଣ୍ଡିଗଡ : ପଞ୍ଜାବରେ ଆପର ଭଲ ପ୍ରଦର୍ଶନ । ଚଣ୍ଡିଗଡ ପୌର ନିର୍ବାଚନରେ ବିଜେପିକୁ ପଛରେ ପକାଇଲା ଆପ୍ । ବିଜେପି ,କଂଗ୍ରେସ ଆପ୍ ମଧ୍ୟରେ କଡା ଟକ୍କର ଚାଲିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଆପ୍ ଦଳ ବାଜିମାତ୍ କରିଛି । ଯାହାକୁ ନେଇ ବେଶ୍ ଖୁିସି ବ୍ୟକ୍ତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।
ମୋଟ ୩୫ ଟି ୱାର୍ଡରେ ନିର୍ବାଚନ ହୋଇଥିଲା ୧୪ ଟି ୱାର୍ଡରେ ଆପ ପ୍ରାର୍ଥୀ ଜିତିଛନ୍ତି । ସେହିପରି ବିଜେପି ୧୨ଟି ସିଟ୍ ରେ ବାଜିମାତ୍ କରିଛି । କଂଗ୍ରେସ ୮ ଟି ସିଟ୍ ରେ ବାଜିମାତ କରିଥିବା ବେଳେ ଅକାଳୀ ଦଳକୁ ମିଳିଛି ଗୋଟିଏ ସିଟ୍ । କହିବାକୁ ଗଲେ ଏଥର ଭୋଟ୍ ବା ଜନମତ ଆପ୍ ସପକ୍ଷରେ ଯାଇଛି ।
ପଞ୍ଜାବ ଓ ହରିଆନାରେ ଶୁକ୍ରବାର ଦିନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆପର ବିଜୟକୁ ନେଇ କେଜରିୱାଲ ଟୁଇଟ କରି କହିଛନ୍ତି ଯେ ଏହା ଆପର ବିଜୟକୁ ସୁଚାଉଛିା ଲୋକମାନେ ଦୁର୍ନିତି ଗ୍ରସ୍ତ ରାଜନୀତିକୁ ପ୍ରତ୍ୟାଖାନ କରିଛନ୍ତି । ଆପକୁ ବାଛିଛନ୍ତି ବୋଲି କହିଛନ୍ତି । ଅନ୍ୟପଟେ ରାଜ୍ୟ ବିଜେପିର ଦୁଇ ନେତା ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି ।
ମେୟର ରବିକାନ୍ତି ଶର୍ମା ପୂର୍ବତନ ମେୟର ଆପ ଗିଲ୍ ମଧ୍ୟ ଏହି ନିର୍ବାଚନରେ ଆପ୍ ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଛନ୍ତି । ଅନ୍ୟପଟେ ଏନେଇ ବିଜେପିର ଚଣ୍ଡିଗଡର ମୁଖପାତ୍ର ମଧ୍ୟ ନିଜ ପ୍ରତିକ୍ରିୟା ରଖିଥିଲେ, ସେ କହିଛନ୍ତି ଯେ ଭୋଟ୍ ଆପ ପାଖକୁ ଯାଇଛି । ଭୋଟରମାନେ ବିଜେପି ଉପରେ ସେମାନଙ୍କ ବିଶ୍ୱାସନୀୟତା ହରାଇନାହାନ୍ତି ବୋଲି କହିଛନ୍ତି ।
Comments are closed.