Latest Odisha News

BREAKING NEWS

ଭୁଷୁଡି ପଡିଥିବା ଅଟ୍ଟାଳିକା ତଳୁ ୯ଦିନ ପରେ ମାଲିକ ଡାକ ଚିହ୍ନିପାରିବାରୁ ବଂଚିଗଲା ପୋଷା ବିଲେଇ

ନ୍ୟୁୟର୍କ: ସ୍ନେହର ସମ୍ପର୍କକୁ କେହି ଏଡାଇ ଦେଇ ଯାଇପାରିବ ନାହିଁ । ଆମେରିକାର ନ୍ୟୁୟର୍କରେ ଏ ଭଳି ଏକ ଘଟଣା ଘଟିଛି । ଏଠାରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏକ ବିରାଟ ଅଟ୍ଟଳିକା ଭୁଷୁଡି ପଡିଥିଲା । ଏହା ତଳେ ଏକ ବିଲେଇ ପୋତି ହୋଇ ପଡିଥିଲା । କେହି ଆଶା କରି ନ ଥିଲେ ସେ ବଂଚିଥିବ ବୋଲି । ଉକ୍ତ ବିଲ୍ଡିଂରେ ଜଣେ ବ୍ୟବସାୟୀଙ୍କ ଅଫିସରେ ଏହି ବିଲେଇଟି ରହୁଥିଲା ।

ବ୍ୟବସାୟୀଜଣଙ୍କ ଭୁଷୁଡି ପଡିଥିବା ଘର ପାଖକୁ ଯାଇ ପୋଷା ବିଲେଇର ନାମ (ମେଡିକ୍ସ) ଧରି ଡାକିଥିଲେ । କିଛି ସମୟ ପରେ ବିଲେଇଟି ବହୁ କଷ୍ଟରେ ମ୍ୟାଉଁ ମ୍ୟାଉଁ ବୋବେଇଥିଲା……….ବାସ୍ ଏହାପରେ ଆପ୍ରାଣ ଉଦ୍ୟମ କରାଯାଇ ବିଲେଇଟିକୁ ବଂଚା ଯାଇ ପାରିଥିଲା । ଖୁସିରେ ମାଲିକଜଣକ ବିଲେଇକୁ ପେଟ ପୁରା ଖାଇବାକୁ ଦେଇଥିଲେ । ଭୋକ ବିକଳରେ ମେଡିକ୍ସ ସବୁ ଖାଇଦେଇ ମାଲିକଙ୍କୁ ଖୁସିରେ ଅନାଇ ମ୍ୟାଉଁ ମ୍ୟାଉଁ କରିଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ବିଲେଇଟି ଏତେ ଦିନ ଧରି କିପରି ବଂଚଥିଲା ତାହା କେହି ଜାଣି ପାରି ନ ଥିଲେ ।

Leave A Reply

Your email address will not be published.