ନୂଆଦିଲ୍ଳୀ: ଦିଲ୍ଲୀରେ ଫେଲ୍ ମାରିଛି ମୋଦି ମ୍ୟାଜିକ । ପୁଣି ଚମକିଛି କେଜ୍ରିୱାଲଙ୍କ ଲୋକପ୍ରିୟତା । ଦିଳ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ତେବେ ଫଳାଫଳ ଚୂଡାନ୍ତ ହୋଇନଥିଲେ ସୁଦ୍ଧ ଦିଲ୍ଲୀରେ ଆପ୍ର ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି । ହ୍ୟାଟ୍ରିକ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଟ୍ରେଣ୍ଡ ସହ ଏଗ୍ଜିଟ୍ ପୋଲର ମତ ସମାନ ରହିଛି । ସେପଟେ ଏହାକୁ ନେଇ ଆପ୍ କର୍ମକର୍ତ୍ତାଙ୍କ ମହଲରେ ଖୁସିର ଲହରି ଖେଳି ଯାଇଛି । ଆପ୍ ଶିବିରରେ କର୍ମକର୍ତ୍ତାମାନେ ନଚଗୀତ କରି ସେଲିବ୍ରେସନ୍ କରିଛନ୍ତି । ଦିଲ୍ଲୀରୁ ଆରମ୍ଭ କରି ପଂଜାବ ଏବଂ ମହାରାଷ୍ଟ୍ରର ଆପ୍ ଶିବିରରେ କର୍ମକର୍ତ୍ତାମାନେ ବାଜା ବଜାଇ ପରସ୍ପରକୁ ମିଠା ଖୁଆଇ ବିଜୟ ମନାଉଛନ୍ତି । ଆପ୍ ଶିବିରକୁ ପୁରା ବେଲୁନ୍ ଓ ଫୁଲରେ ସଜା ଯଇଥିବା ଦେଖିବାକୁ ମିଳିିଛି ।
ଅନ୍ୟପଟେ ବିଜେପି ଶିବିର ପୁରା ଖାଁ ଖାଁ ହୋଇଯାଇଛି । ବିଜେପି ମାତ୍ର ୧୨ ଆସନରେ ଆଗୁଆ ଥିବାରୁ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ପ୍ରକାର ନିରାଶ ଭାବ ଦେଖିବାକୁ ମିଳିଛି । ନୂଆଦିଲ୍ଲୀ ସ୍ଥିତ ଦଳୀୟ କାର୍ଯ୍ୟାଳୟ ପୁରା ଶୂନଶାନ ରହିଛି । ଏଠାରେ କୌଣସି କର୍ମକର୍ତ୍ତାଙ୍କୁ ଦେଖିବାକୁ ମିଳିନାହିଁ ।
BREAKING NEWS
- Phulbani Accident: ଦୁର୍ଘଟଣାରେ ଜଳିଗଲା ଅଟୋ-କାର୍;ଜଣେ ଜୀବନ୍ତ ଦଗ୍ଧ,ଗୁରୁତର ମେଡିକାଲ୍ରେ …
- ଖଣ୍ଡଗିରି ମେଳା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି; ଲାଗିବ ୧୦୦ ସିସିଟିଭି, ରହିବ ବ୍ୟାପକ ପୋଲିସ ବ୍ୟବସ୍ଥା
- ମ୍ୟାଚ ଜିତାଇବ ବୋଲି କହି ଫସିଲେ ତାନ୍ତ୍ରିକ: ଟିମ ହାରିଲା ଦେଲେ ୩୬ ଲକ୍ଷ
- ଶିବ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର
- ୧୦ ଆକାଂକ୍ଷୀ ଜିଲ୍ଲାରେ ଆରମ୍ଭ ହେଲା ନ୍ୟାୟ ଓ ସମାଧାନର ବିକଳ୍ପ ମଞ୍ଚ ନାରୀ ଅଦାଲତ
- ରାଜ୍ୟ ସରକାରଙ୍କ ଅନୁମତି ପରେ ଆରମ୍ଭ ହେବ ରତ୍ନ ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା..
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣାରେ ଗୁରୁତର ସୁଶାନ୍ତ ବିଶ୍ୱାଳ ଆଖିବୁଜିଲେ
- Parking Fee: ନିଜ ଜିଦରୁ ଓହରିଲା ପ୍ରଶାସନ, ୫୦୦ରୁ ୨୪୦କୁ କମିଲା ଭକ୍ତ ନିବାସର ପାର୍କିଂ ଫି
- ୧୯ ବର୍ଷରୁ କମ ବିଶ୍ୱକପ: ପୂନର୍ବାର ମୁଣ୍ଡ ଟେକିଲା ହ୍ୟାଣ୍ଡସେକ ବିବାଦ
- Bande Bharat Sleeper Train: ଆରମ୍ଭ ହେଲା ବନ୍ଦେ ଭାରତ ସ୍ଲିପର ଟ୍ରେନ; ନିରାପଦ ଏବଂ ଆରାମଦାୟକ ଯାତ୍ରା କରିବେ ଯାତ୍ରୀ..
Comments are closed.