Latest Odisha News

BREAKING NEWS

କେଜ୍ରିୱାଲଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର, ଦିଲ୍ଲୀବାସୀଙ୍କୁ ଜଣାଇଲେ ଧନ୍ୟବାଦ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ୍ ଆଦ୍‌ମୀ ପାର୍ଟି ସରକାର ଗଢ଼ିବା ନେଇ ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି । ଧୀରେ ଧୀରେ ଫଳାଫଳ ମଧ୍ୟ ସ୍ପଷ୍ଟ ହେବାରେ ଲାଗିଛି । ପୁଣିଥରେ ଦିଲ୍ଲୀବାସୀ ଆମ୍ ଆଦମୀ ପାର୍ଟି ପ୍ରତି ନିଜର ସମର୍ଥନ ଜଣାଇଛନ୍ତି ।ଏନେଇ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦିଲ୍ଲୀବାସୀ ଭାରତର ଆତ୍ମାକୁ ବିଜୟୀ କରାଇଥିବା ସେ କହିଛନ୍ତି । ଏଥିସହ ଆପ୍‌ର ଦଳୀୟ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି । ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
୨୦୨୦ ଦିଲ୍ଳୀ ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ଆପ୍ ପାଇଁ ସମସ୍ତ ପ୍ରକାରର ରଣନୀତି ପ୍ରସ୍ତୁତ କରିଥିଲେ । ପ୍ରଚାରଠାରୁ ଆରମ୍ଭ କରି ସୋଶିଆଲ ମିଡିଆରେ ଦଳର ଆଭିମୁଖ୍ୟ କ’ଣ ରହିବ, ତାର ନିଷ୍ପତ୍ତି ପ୍ରଶାନ୍ତ କିଶୋର ନେଇଥିଲେ ।

Leave A Reply

Your email address will not be published.