Latest Odisha News

BREAKING NEWS

ଆପ୍ ଶିବିରରେ ସେଲିବ୍ରେସନ୍‌, ବିଜେପି ପାର୍ଟି ଅଫିସ୍ ଖାଁ ଖାଁ

ନୂଆଦିଲ୍ଳୀ: ଦିଲ୍ଲୀରେ ଫେଲ୍ ମାରିଛି ମୋଦି ମ୍ୟାଜିକ । ପୁଣି ଚମକିଛି କେଜ୍ରିୱାଲଙ୍କ ଲୋକପ୍ରିୟତା । ଦିଳ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ତେବେ ଫଳାଫଳ ଚୂଡାନ୍ତ ହୋଇନଥିଲେ ସୁଦ୍ଧ ଦିଲ୍ଲୀରେ ଆପ୍‌ର ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି । ହ୍ୟାଟ୍ରିକ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଟ୍ରେଣ୍ଡ ସହ ଏଗ୍‌ଜିଟ୍ ପୋଲର ମତ ସମାନ ରହିଛି । ସେପଟେ ଏହାକୁ ନେଇ ଆପ୍ କର୍ମକର୍ତ୍ତାଙ୍କ ମହଲରେ ଖୁସିର ଲହରି ଖେଳି ଯାଇଛି । ଆପ୍ ଶିବିରରେ କର୍ମକର୍ତ୍ତାମାନେ ନଚଗୀତ କରି ସେଲିବ୍ରେସନ୍ କରିଛନ୍ତି । ଦିଲ୍ଲୀରୁ ଆରମ୍ଭ କରି ପଂଜାବ ଏବଂ ମହାରାଷ୍ଟ୍ରର ଆପ୍ ଶିବିରରେ କର୍ମକର୍ତ୍ତାମାନେ ବାଜା ବଜାଇ ପରସ୍ପରକୁ ମିଠା ଖୁଆଇ ବିଜୟ ମନାଉଛନ୍ତି । ଆପ୍ ଶିବିରକୁ ପୁରା ବେଲୁନ୍ ଓ ଫୁଲରେ ସଜା ଯଇଥିବା ଦେଖିବାକୁ ମିଳିିଛି । ଅନ୍ୟପଟେ ବିଜେପି ଶିବିର ପୁରା ଖାଁ ଖାଁ ହୋଇଯାଇଛି । ବିଜେପି ମାତ୍ର ୧୨ ଆସନରେ ଆଗୁଆ ଥିବାରୁ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ପ୍ରକାର ନିରାଶ ଭାବ ଦେଖିବାକୁ ମିଳିଛି । ନୂଆଦିଲ୍ଲୀ ସ୍ଥିତ ଦଳୀୟ କାର୍ଯ୍ୟାଳୟ ପୁରା ଶୂନଶାନ ରହିଛି । ଏଠାରେ କୌଣସି କର୍ମକର୍ତ୍ତାଙ୍କୁ ଦେଖିବାକୁ ମିଳିନାହିଁ ।

Leave A Reply

Your email address will not be published.