Latest Odisha News

BREAKING NEWS

ଆଜିଠୁ ବିମଷ୍ଟେକ୍ ରାଷ୍ଟ୍ର ସମୂହର ମକ୍‌ଡ୍ରିଲ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ବିମଷ୍ଟେକ୍ ରାଷ୍ଟ୍ର ସମୂହର ମକ୍‌ଡ୍ରିଲ । ହୋଟେଲ୍ ମେ ଫେୟାର୍‌ରେ ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଏଥିରେ ପ୍ରକୃତିକ ବିପର୍ଯ୍ୟୟ ସମୟରେ କିଭଳି ଐତିହ୍ୟ ତଥା ସାଂସ୍କୃତିକ ସ୍ଥଳକୁ ରକ୍ଷା କରାଯାଇ ପାରିବ ସେ ନେଇ ଯୋଜନା ହୋଇଛି । ବିମ୍‌ଷ୍ଟେକ୍‌ରେ ସାମିଲ୍ ଥିବା ସାତଟି ଦେଶ ମଧ୍ୟରୁ ଭାରତ, ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା ଓ ନେପାଲର ପ୍ରତିନିଧିମାନେ ଏଥିରେ ଯୋଗଦେଇଛନ୍ତି ।

ବିମ୍‌ଷ୍ଟେକର ଏହି ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଆଗାମୀ ୩ ଦିନ ଧରି ଚାଲିବ । ଏଥିରେ ଏନ୍‌ଡିଆର୍‌ଏଫ୍ ଡିଜି ସତ୍ୟ ନାରାୟଣ ପ୍ରଧାନ, ପୁଲି ଡିଜି ଅଭୟ, ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମର ଜେନା ପ୍ରମୁଖ ଯୋଗ ଦେଇଛନ୍ତି । ଫନି ବାତ୍ୟାର ଅଭିଜ୍ଞତାକୁ ନେଇ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଂଟ ଅଥରିଟି ପକ୍ଷରୁ ମକ୍‌ଡ୍ରିଲ କରାଯାଇଛି । ବିପର୍ଯ୍ୟୟ ସମୟରେ ଐତିହ ସ୍ଥାନଗୁଡିକର କିଭଳି ଅଧିକ ସୁରକ୍ଷା କରାଯାଇପାରିବ ନେଇ ବିମ୍‌ଷ୍ଟେକ୍‌ରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଏନ୍‌ଡିଆର୍‌ଏଫ୍ ଡିଜି ।
ବିଶ୍ୱ ଐତିହ୍ୟ ଓ ପ୍ରତ୍ନତାତ୍ୱିକ ଗୁରୁତ୍ୱ ଥିବା ସ୍ଥଳଗୁଡିକରେ ବିପର୍ଯ୍ୟୟ ପରିଚାଳନା ସବୁଠୁ ବଡ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରାଯାଇଛି । ବୁଧବାର ରାମଚଣ୍ଡି ବିଚ୍‌ରେ ବିପର୍ଯ୍ୟୟ ପରିଚାଳନାର ଅଭ୍ୟାସ ଅନୁଷ୍ଠିତ ହେବ ।

Leave A Reply

Your email address will not be published.