Latest Odisha News

ଦିଲ୍ଲୀ ବିଧାନସଭା ନିର୍ବାଚନ; ହାରିଲେ ଆପ ପ୍ରାର୍ଥୀ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଆସିବାରେ ଲାଗୁଛି। ଜଙ୍ଗପୁରାରୁ ଆମ ଆଦମୀ ପାର୍ଟି (ଆପ) ପ୍ରାର୍ଥୀ ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପରାଜିତ ହୋଇଛନ୍ତି।

ଆମ ଆଦମୀ ପାର୍ଟି (ଆପ୍) ନେତା ମନୀଷ ସିସୋଦିଆ ପ୍ରାର୍ଥୀ ହେବା ପରେ ଜଙ୍ଗପୁରା ବିଧାନସଭା ଆସନ ଏକ ଭିଆଇପି ଆସନ ପାଲଟିଯାଇଥିଲା। ସିସୋଦିଆଙ୍କୁ ୩୮,୧୮୪ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ତରବିନ୍ଦରଙ୍କୁ ୩୮,୮୫୯ ଭୋଟ ମିଳିଛି। ପ୍ରଥମଥର ପାଇଁ ଏହି ଆସନରୁ ମନୀଷ ସିସୋଦିଆ ପ୍ରାର୍ଥୀ ହୋଇଥିଲେ।

ସିସୋଦିଆ ପାଟପରଗଞ୍ଜ ଆସନରୁ ଦୁଇଥର ବିଧାୟକ ହୋଇଥିଲେ। ତେବେ ୨୦୨୦ ମସିହାରେ ସେ ଖୁବ୍ କମ୍ ଭୋଟରେ ଜିତିଥିଲେ। ଏଥର ଦଳ ତାଙ୍କୁ ଜଙ୍ଗପୁରାରୁ ଟିକେଟ୍ ଦେଇଥିଲା ବେଳେ ସେ ପରାଜୟର ସମ୍ମୁଖୀନ ହୋଇଛନ୍ତି।

ଅପରପକ୍ଷରେ କଂଗ୍ରେସ ଏଠାରୁ ଫରହାଦ ସୁରିଙ୍କୁ ଟିକେଟ ଦେଇଥିଲା। ତାଙ୍କୁ ପ୍ରାୟ ୬୮୦୦ ଭୋଟ ମିଳିଛି। ଏହି ଆସନରେ ଅଧିକାଂଶ ମୁସଲିମ ଭୋଟର ରହିଥିବା ବେଳେ ସେମାନେ ସୁରିଙ୍କ ଉପରେ ଆସ୍ଥା ରଖିଥିଲେ।

Comments are closed.