Latest Odisha News

BREAKING NEWS

ଭବାନୀପାଟଣା: ରାସ୍ତାକଡରୁ ଉଦ୍ଧାର ହେଲା ଏକ ନବଜାତ ଶିଶୁ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମଣିଙ୍ଗପଦର ଗ୍ରାମ ନିକଟରୁ ସୋମବାର ଦିନ ଏକ ନବଜାତ ଶିଶୁ କନ୍ୟାକୁ ଜଣେ ମହିଳା ଉଦ୍ଧାର କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଜଣେ ମହିଳା ଆଜି ସକାଳୁ ସେହି ରାସ୍ତା ଦେଇ ଯାଉଥିବାବେଳେ ଉକ୍ତ ନବଜାତ ଶିଶୁଟିର କାନ୍ଦ ଶୁଣି ଗ୍ରାମବାସୀଙ୍କୁ ଜଣାଇଥିଲେ । ପରେ ତାକୁ ଉଦ୍ଧାର କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ତେବେ କେହି ପିତା-ମାତା ପିଲାଟିକୁ ଜନ୍ମ ପରେ ଏଠାରେ ଫିଙ୍ଗିଦେଇଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ କରାଯାଉଛି । ପରେ ଖବର ପାଇ ଭବାନୀପାଟଣା ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଏନେଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.