Latest Odisha News

BREAKING NEWS

ରାଉରକେଲା : ଏନଆଇଟି କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ରାଉରକେଲା : ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନଆଇଟି) କଲେଜର ହଷ୍ଟେଲ କୋଠରୀ ମଧ୍ୟରୁ ସୋମବାର ଦିନ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ମୃତକ ଏସ୍ ମୁରିଦ ଅସଲମ୍ ଏନଆଇଟିର ଦ୍ୱୀତୀୟ ବର୍ଷର ଛାତ୍ର ହୋଇଥିବା ବେଳେ ସେ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନାନୁଯାୟୀ, ଏମ. ସ୍ୱାମୀନାଥନ ହଷ୍ଟେଲ ନଂ-୫ରେ ରହୁଥିବା କିଛି ଛାତ୍ରମାନେ ହଷ୍ଟେଲ ବାରଣ୍ଡାରେ ମୁରିଦଙ୍କ ମୃତଦେହ ପଡିଥିବା ଦେଖି ପ୍ରଥମେ ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟଙ୍କୁ ଜଣାଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପଠାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.