Latest Odisha News

ଆରମ୍ଭ ହେଲା ନିଟ୍ ପରୀକ୍ଷା, ଓଡିଶାରୁ ୪୨ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର : ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ସୋମବାର ଦିନ ଓଡିଶାରେ ଅନୁଷ୍ଠିତ ହୋଇଛି ।

ନିଟ୍ ପରୀକ୍ଷା ରାଜ୍ୟର ୭ଟି ସହରରେ ଆୟୋଜିତ ହେଉଛି । ଆହୁରି ମଧ୍ୟ ପାଖାପାଖି ୨୯ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି।

ପ୍ରାପ୍ତ ସୂଚନାନୁଯାୟୀ ଏହି ପରୀକ୍ଷା ସକାଳ ୧୦ଟାରୁ ମଧ୍ୟାହ୍ନ ୧ଟା ଯାଏଁ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ, ରାଜ୍ୟ ଓ ଦେଶର ପ୍ରମୁଖ ମେଡିକାଲ କଲେଜର ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଉଛନ୍ତି । ସାରା ଦେଶରେ ମେ’ ୫ ତାରିଖରେ ନିଟ୍ ଅନୁଷ୍ଠିତ ହୋଇଥିବା ବେଳେ ଓଡ଼ିଶାରେ ବାତ୍ୟା ‘ଫନି’ ଯୋଗୁଁ ନିଟ୍ ପରୀକ୍ଷାକୁ ମେ’ ୨୦ ଯାଏଁ ଘୁଞ୍ଚାଇ ଦିଆଯାଇଥିଲା।

Leave A Reply

Your email address will not be published.