ନୂଆଦିଲ୍ଲୀ: ଲୋକପ୍ରିୟ ରିଅଲିଟି ଶୋ ‘ବିଗ୍ ବସ ସିଜିନ ୧୬’ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏବେ ଏହାର ଫିନାଲେ ୱିକ୍ ବା ଶେଷ ସପ୍ତାହର କାର୍ଯ୍ୟକ୍ରମ ପ୍ରସାରଣ ହେଉଛି । ୧୨ ତାରିଖରେ ଅନୁଷ୍ଠିତ ହେବ ଏହାର ଫିନାଲେ । ଏହାକୁ ନେଇ ବିଗ୍ ବସ୍ର ଦର୍ଶକଙ୍କ ମଧ୍ୟରେ ଭରପୂର ଉତ୍କଣ୍ଠା ଲାଗି ରହିଛି । ଏହି ଫିନାଲେ କାର୍ଯ୍ୟକ୍ରମରେ ଭରପୂର ମନୋରଞ୍ଜନ ପାଇଁ ବ୍ୟବସ୍ଥା କରିଛନ୍ତି କଲର୍ସ କର୍ତ୍ତୃପକ୍ଷ । ସିଜିନ୍ -୧୬ର ବିଗ୍ ବସ ବିଜେତା ଘୋଷଣା ହେବା ପୂର୍ବରୁ ଏଥିରେ ପ୍ରତିଯୋଗୀ ସାଜିଥିବା କିଛି ସେଲିବ୍ରିଟିଙ୍କୁ ଫିନାଲେରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି । ସେଥିମଧ୍ୟରୁ ଅବ୍ଦୁ ହେଉଛନ୍ତି ଅନ୍ୟତମ ପ୍ରତିଯୋଗୀ । ଫିନାଲେରେ ଅବ୍ଦୁ ତାଙ୍କର ଜଲ୍ୱା ଦେଖାଇବେ । ଏଥିରେ ସେ ନୃତ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ନ୍ୟୁୟର୍କରେ ରହୁଥିବା ଅବ୍ଦୁ ପୁଣି ଭାରତ ଆସିଛନ୍ତି । ଖାସ୍କରି ବିଗ୍ ବସ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇ ଦେବା ତାଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି ।
BREAKING NEWS
- ମହାରାଷ୍ଟ୍ରକୁ ଚାଲାଣ ବେଳେ ୧୨୦କିଲୋରୁ ଅଧିକ ଗଞ୍ଜେଇ ଜବତ
- ନୀତି ଆୟୋଗର ଉପାଧ୍ୟକ୍ଷଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ;ଓଡ଼ିଶାର ସାମଗ୍ରିକ ବିକାଶ ନେଇ ଆଲୋଚନା
- ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ
- Explosives recovered: ନକ୍ସଲଙ୍କ ବଡ ଷଡଯନ୍ତ୍ର ପଣ୍ଡ; ୧୬ଟି ଆଇଇଡି ସହ ବିପୁଳ ପରିମାଣର ବିସ୍ଫୋରକ ଜବତ
- BJD: ବିଜେପି ଶାସନରେ ସାଇବର ଅପରାଧ ଓ ଫେକ୍ ନ୍ୟୁଜରେ ବୃଦ୍ଧି ଘଟିଛି: ବିଜେଡି
- ଆମ ବସ୍ ଭଙ୍ଗାରୁଜା ଘଟଣା; ଦୁଇ ଅଭିଯୁକ୍ତ ଗିରଫ
- Tragic landslide in Indonesia: ଭୟଙ୍କର ଭୂସ୍ଖଳନ: ୨୧ ଜଣଙ୍କର ମୃତ୍ୟୁ, ୮୦ରୁ ଅଧିକ ନିଖୋଜ
- ଏକ ଆବାସିକ କୋଠାରେ ଗୁଳି ଚଳାଇବା ଅଭିଯୋଗରେ ଅଭିନେତା କମଲ ଆର ଖାନ ଗିରଫ
- ବାଂଲାଦେଶ ପରେ ବିଶ୍ୱକପରୁ ଓହରିଯିବ କି ପାକିସ୍ତାନ
- ଆଇସିସି ଟି୨୦ ବିଶ୍ୱକପ: ବାଂଲାଦେଶ ଆଉଟ, ସ୍କଟଲାଣ୍ଡ ଇନ
Comments are closed.