Latest Odisha News

BREAKING NEWS

ବେଦାନ୍ତର ଜାମକାନୀ କୋଇଲା ଖଣିରେ ଆରମ୍ଭ ହେଲା ଖନନ କାର୍ଯ୍ୟ

ସୁନ୍ଦରଗଡ : ଆନ୍ଦୋଳନରେ ବସିଥିବା ବିସ୍ଥାପିତ ମାନଙ୍କ ସହ ବେଦାନ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ଆଲୋଚନା ସଫଳ ହୋଇଛି । ସମସ୍ତଙ୍କ ସହମତିରେ ଚୁକ୍ତିନାମା କରାଯାଇ ଆନ୍ଦୋଳନ ପ୍ରତ୍ୟାହାର କରିବା ସହ ଖଣି କାର୍ଯ୍ୟ ଆରମ୍ଭ କରାଯାଇଛି ବିଭିନ୍ନ ଦାବି  ଉପରେ ଆଲୋଚନା କରାଯାଇ ଆଜି ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି  ।

ଆଜିର ଏହି ସଭାରେ କୁସୁମ ଟେଟେ, ମାନ୍ୟବର ବିଧାୟିକା, ସୁନ୍ଦରଗଡ଼ ସଦର, ଅଭିମନ୍ୟୁ ବେହେରା, ଏଡିଏମ, ସୁନ୍ଦରଗଡ଼, ଦାଶରଥି ସରାବୋ, ଉପ ଜିଲ୍ଲାପାଳ, ସୁନ୍ଦରଗଡ଼, ଭି ଶ୍ରୀକାନ୍ତ, ମୁଖ୍ୟ କାରୀୟାନିର୍ବାହୀ ଅଧିକାରୀ, ବେଦାନ୍ତ ଖଣି ବିଭାଗ, ନୱାଲ ଶର୍ମା ମୁଖ୍ୟ ଜମି ଏବଂ ଆଇନ ବିଭାଗ, ବେଦାନ୍ତ, ପ୍ରଣୟ ଶତପଥୀ, ମୁଖ୍ୟ ବାହ୍ୟ ସମ୍ପର୍କ ବିଭାଗ, ବେଦାନ୍ତ, ବଟକିଶୋରେ ମିଶ୍ର, ସୁନ୍ଦରଗଡ ସାଂସଦ ପ୍ରତିନିଧି ଏବଂ ମେଣ୍ଡରା, ଜାମକାନି  , ଗିରିଶିମା  ଏବଂ ଝରପଲଂ ଗ୍ରାମର ୧୫ ଶହରୁ ଉର୍ଦ୍ଧ ଗ୍ରାମବାସୀ ସଭାରେ ଯୋଗ ଦେଇଥିଲେ

ତେବେ ଚୁକ୍ତିଗୁଡିକ ମଧ୍ୟରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ପୁଅ ଏବଂ ଝିଅଙ୍କୁ ତାଲିମ ବ୍ୟବସ୍ଥା କରି ନିଯୁକ୍ତି ଦେବା, ସ୍ଥାନୀୟ ବେକାରୀମାନଙ୍କୁ ନିଯୁକ୍ତି ଦେବା ସହିତ ବିସ୍ଥାପିତ ପରିବାରରୁ ଉଚ୍ଚଶିକ୍ଷିତ ଏବଂ ତାଲିମପ୍ରାପ୍ତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା,  ବିସ୍ଥାପିତ ହେବାକୁ ଥିବା ପ୍ରତେକ ପରିବାରର ଗୃହକୁ ସର୍ଭେ କରି ନୃତନ ଭାବରେ ନିର୍ମିତ ହୋଇଥିବା ଘରର କ୍ଷତିପୂରଣ ଦିଆଯିବା ଭଳି ବିଭିନ୍ନ ବିଷୟରେ ଆଲୋଚନା ସଫଳ ହୋଇଛି

Leave A Reply

Your email address will not be published.