Latest Odisha News

BREAKING NEWS

ଚାଉଳ ଆମ ଜୀବନର ଶସ୍ୟ; ସମ୍ପର୍କର ସେତୁ..ଧାନକୁ ଇକୋ ଫ୍ରେଣ୍ଡଲି କରିବାକୁ ଆହ୍ୱାନ ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶା ଗସ୍ତର ୨ୟ ଦିନରେ ବିଦ୍ୟାଧରପୁର ସ୍ଥିତ ଏନଆରଆରଆଇ   କାର୍ଯ୍ୟକ୍ରମରେ ଶନିବାର ଯୋଗଦେଇ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ସାରଗର୍ଭକ ଅଭିଭାଷଣ ଦେଇଛନ୍ତି । ଧାନ ବିଷୟରେ କହୁ କହୁ ସୁଦାମାଙ୍କ ଖୁଦଭଜା ପାଖରେ ପହଞ୍ଚି ଯାଇଥିଲେ ରାଷ୍ଟ୍ରପତି  । ରାଷ୍ଟ୍ରପତି କହିଥିଲେ, ଚାଉଳ ଉତ୍ପାଦନ ଦେଶର ଅର୍ଥନୀତିକୁ ସମୃଦ୍ଧ କରିଛି । ହେଲେ ପ୍ରତିକୂଳ ପାଣିପାଗ ଯୋଗୁ ଏହାର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ।

ଧାନ ସହ ଆମର ଅର୍ଥନୀତି ଯେତିକି ଜଡିତ, ଆମର ଐତିହ୍ୟ, ସଂସ୍କୃତି ମଧ୍ୟ ସେତିକି ଜଡିତ ।  ଚାଉଳ ହେଉଛି ଜୀବନର ଶସ୍ୟ । କୌଣସି ପୂଜାପର୍ବ ହେଉ ବା ବାହାଘର ମହୋତ୍ସବ, ଅକ୍ଷତ ବିନା ଏହା ଅଧୁରା । ଏହି ଅବସରରେ ରାଷ୍ଟ୍ରପତି ସୁଦାମାଙ୍କ ଖୁଦଭଜା କଥା ବି ମନେ ପକେଇଥିଲେ । ଏହି ଖୁଦଭଜା ଦୁଇପୁରୁଣା ବନ୍ଧୁ ମଧ୍ୟରେ ଥିବା ଏକ ଭଲ ପାଇବାର ପ୍ରତୀକ ବୋଲି କହିଥିଲେ । ରାଷ୍ଟ୍ରପତି ଆହୁରି କହିଥିଲେ, ଛୋଟ ପିଲାଟିଏ ଯେତେବେଳେ ମା’ କ୍ଷୀର ଛାଡି ପ୍ରଥମ ଖାଦ୍ୟ ଖାଏ ତାହା ଚାଉଳରୁ ହିଁ ପ୍ରସ୍ତୁତ କରାଯାଇଥାଏ ।ଏହି ଚାଉଳ ସହ ଆମର ଭାବଗତ ସମ୍ପର୍କ ରହିଛି ।

ତେଣୁ ଏହି ଧାନ ଅମଳ ପାଇଁ ଅଧିକ ସାର ବଦଳରେ ଏହାକୁ  ଇକୋ ଫ୍ରେଣ୍ଡଲି  କରିବାକୁ ଗୁରୁତ୍ୱ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଧାନ ଆମ ଅର୍ଥନୀତିକୁ ସମୃଦ୍ଧ କରୁଛି । ସର୍ବାଧିକ ଚାଉଳ ରପ୍ତାନୀ କରି ଭାରତ ଅନେକ ଦେଶକୁ ଖାଦ୍ୟ ଦେଉଛି । ଏଥିସହ ଭାରତ ବି ଚାଉଳ ବ୍ୟବହାରକାରୀ ରାଷ୍ଟ୍ର ରୂପେ ସବୁବେଳେ ଆଗରେ ରହି ଆସିଥିବା ନିଜ ଅଭିଭାଷଣରେ ମତବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି।

ହେଲେ ପାଣିପାଗ ପରିବର୍ତ୍ତନ ଯୋଗୁ ଧାନ ଚାଷ ସଙ୍କଟରେ । ଏହି ଅବସରରେ  ଇକୋ ଫ୍ରେଣ୍ଡଲି ଚାଷ ପାଇଁ ସେ ଯୁବ ବୈଜ୍ଞାନିକଙ୍କୁ ଆହ୍ୱାନ ଦେଇଛନ୍ତି। ଅତ୍ୟଧିକ ସାର  ମାଟିର ମାନ ନଷ୍ଟ କରିବା ସହ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଛି । ତେଣୁ ବୈଜ୍ଞାନିକମାନେ ଇକୋ ଫ୍ରେଣ୍ଡଲି ପ୍ରଣାଳୀରେ ଚାଷ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏଥିସହିତ ପାରମ୍ପିକ ଧାନକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ରାଷ୍ଟ୍ରପତି ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇଥିଲେ ।

ନାସନାଲ ରାଇସ କଂଗ୍ରେସକୁ ରାଷ୍ଟ୍ରପତି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ, ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.