Latest Odisha News

BREAKING NEWS

ଉପନିର୍ବାଚନ ବିଜୟ ପରେ ବିଜେଡି କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ ନବୀନ

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ବାଜି ମାରିଛି ବିଜେଡି । ସଫଳତା ପରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିର୍ତ୍ତୋଲ ଓ ବାଲେଶ୍ୱର ନିର୍ବାଚନମଣ୍ଡଳୀର ଦଳୀୟ କର୍ମକର୍ତ୍ତାଙ୍କୁ ଆଜି ସମ୍ବୋଧିତ କରିବେ ।

ସନ୍ଧ୍ୟା ୬ଟାରେ ତିର୍ତ୍ତୋଲର ଦଳୀୟ କର୍ମକର୍ତ୍ତା ଓ ୬ଟା ୨୦ରେ ବାଲେଶ୍ୱର ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବେ ବିଜେଡି ସୁପ୍ରିମୋ । କଣ କହିବେ ନବୀନ ତାଉପରେ ସମସ୍ତଙ୍କର ନଜର ରହିଛି । ବିଜେପି ହାତରୁ ବାଲେଶ୍ୱର ଆସନ ଛଡ଼ାଇ ଆଣିଛି ବିଜେଡି । ନବାଗତ ସ୍ୱରୂପ ଦାସ ବିଜୟୀ ହୋଇଛନ୍ତି ।

ସେପଟେ ତିର୍ତ୍ତୋଲ ଆସନ ନିଜ ହାତରେ ରଖିପାରିଛି ବିଜେଡି । ଦିବଂଗତ ନେତା ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି । ଦଳୀୟ ନେତା ଓ କର୍ମକର୍ତ୍ତା ଏକାଠି କାମ କରି ଏହି ସଫଳତା ହାସଲ କରିଛନ୍ତି ।

Leave A Reply

Your email address will not be published.