Latest Odisha News

BREAKING NEWS

#‘ମି ଠୁ’: ଆକବର ପୁଣି ଅଡୁଆରେ, ସାମ୍ବାଦିକା ଦୁଷ୍କର୍ମ ଅଭିଯୋଗ ଆଣିଲେ

ନୂଆଦିଲ୍ଲୀ : ଆମେରିକାରେ ଥିବା ଜଣେ ଭାରତୀୟ ସାମ୍ବାଦିକା ପଲ୍ଲବୀ ଗୋଗୋଇ ଆକବରଙ୍କ ନାମରେ ଏକ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଫଳରେ ‘ମି ଠୁ’ ଜାଲରେ ଫସି ନିଜ ମନ୍ତ୍ରୀ ପଦ ହରାଇଥିବା ଏମ୍ ଜେ ଆକବରଙ୍କ ଅଡୁଆ ପୁଣି ବଢିଲା ।

ଏହି ଅଭିଯୋଗ ଆସିବା ପରେ ପୂର୍ବତନ ମନ୍ତ୍ରୀ ଆକବର ଏନେଇ ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି । । ଆକବର କହିଛନ୍ତି ଯେ ସେ ପଲ୍ଲବୀଙ୍କ ସହ କୌଣସି ପ୍ରକାର ଦୁଷ୍କର୍ମ କରିନାହାନ୍ତି ବରଂ ଦୁହିଁଙ୍କ ସହମତି ଭିତ୍ତିରେ ଶାରୀରିକ ସମ୍ପର୍କ ରଖିଥିଲେ ।

୨୩ ବର୍ଷ ତଳେ ଏସିଆନ ଏଜର ସମ୍ପାଦକ ଥିବା ଆକବର ତାଙ୍କ ଅଧିନରେ କାମ କରୁଥିବାବେଳେ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ପଲ୍ଲବୀ ନିଜେ ଅଭିଯୋଗ କରିଛନ୍ତି । ଆହୁରି ମଧ୍ୟ ପଲ୍ଲବୀଙ୍କ କହିବାନୁଯାୟୀ ଜୟପୁରରେ ଏକ ଷ୍ଟୋରୀ କଭରେଜ ସମୟରେ ଆକବର ଏକ ହୋଟେଲରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏନେଇ ସେ ୱାଶିଂଟନ ପୋଷ୍ଟରେ ଏକ ସ୍ତମ୍ଭ ଲେଖିଥିଲେ ।

ସୂଚନା ଯୋଗ୍ୟ ଯେ ଆକବରଙ୍କ ବିରୋଧରେ ପାଖାପାଖି ୧୬ ଜଣ ମହିଳା ଯୌନ ଉତ୍ପୀଡନର ଅଭିଯୋଗ କରିଥିଲେ । ଆବରଙ୍କ ନାମରେ ପ୍ରଥମେ ଅକ୍ଟୋବର ୮ ତାରିଖରେ ପ୍ରିୟା ରମଣୀ ଟ୍ୱିଟ କରି ଅଭିଯୋଗ ଲଗାଇଥିଲେ । ଏହି ଘଟଣାର କିଛିଦିନ ପରେ ଆକବର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.