Latest Odisha News

BREAKING NEWS

ଲକ୍‌ଡାଉନ୍ ଫିଟାଇଲା ଅଭିଷେକଙ୍କ ଭାଗ୍ୟ

ମୁମ୍ବାଇ: ସତରେ ଯେମିତି ଜୁନିଅର ବଚ୍ଚନଙ୍କୁ ନିଃଶ୍ୱାସ ମାରିବାକୁ ଆଉ ସମୟ ନାହିଁ । ସେ ଫିଲ୍ମ ହେଉ କି ୱେବ୍ ସିରିଜ୍ । ହାତକୁ ଯାହା ପ୍ରୋଜେକ୍ଟ ଆସୁଛି, ସବୁ ସାଇନ୍ କରୁଛନ୍ତି । ଏପରିକି କରୋନା ଲକ୍‌ଡାଉନ୍ ସମୟରେ ବି ତାଙ୍କୁ ଏକାଧିକ ଫିଲ୍ମ ଅଫର୍ ହୋଇଥିଲା । ଯାହାକୁ ସେ ଖସୀଖୁସୀ ସ୍ୱୀକାର କରିଥିଲେ ।

ରିପୋର୍ଟ ଅନୁଯାୟୀ ଫିଲ୍ମ ନିର୍ମାତା ଦିନେଶ ଭିଜାନଙ୍କ ପ୍ରସ୍ତାବିତ ଫିଲ୍ମ ଦଶଓିିଁ ପାଇଁ ଅଭିଷେକ ହଁ ଭରିଛନ୍ତି । ପଲିଟିକାଲ ଡ୍ରାମା ଥିମ୍ ଉପରେ ନିର୍ମିତ ହେବାକୁ ଥିବ ଏହି ଫିଲ୍ମରେ ଅଭିଷେକ ଜଣେ ଭ୍ରଷ୍ଟ ରାଜନୈତିଜ୍ଞ ଭୂମିକାରେ ନଜର ଆସିବେ ।

ଫିଲ୍ମର କାହାଣୀ ଅନୁସାରେ ଅପାଠୁଆ, ଲୋଭି ଓ ଭ୍ରଷ୍ଟ ରାଜନୈତିକ ବ୍ୟକ୍ତିତ୍ୱ ଛଡା ଅଭିଷେକ ମୁଖ୍ୟମନ୍ତ୍ରୀ କିର୍ଦାରରେ ନଜର ଆସିବେ । ତେବେ ଜେଲରେ ରହିବା ସମୟରେ କାମ କରିବା ଭୟରେ ସେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବାକୁ ନିଷ୍ପତ୍ତି ନେଇଛନ୍ତି । କିଛି ଏପରି ଭାବେ ସେ ପାଠପଢାର ମହତ୍ତ୍ୱ ବୁଝିବେ ।

ଫିଲ୍ମର ଅନ୍ୟ ପ୍ରମୁଖ କଳାକାର ଭାବେ ୟାମୀ ଗୌତମ ଜେଲର ଭାବେ ଦର୍ଶକଙ୍କୁ ଦେଖାଦେବେ । ସେହିଭଳି ଅଭିଷେକଙ୍କ ଅନ୍‌ସ୍କ୍ରିନ୍ ସ୍ତ୍ରୀ ଭାବେ ନିମ୍ରତ୍ କୌର ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଷାର ଜଲୋଟା ସମ୍ଭାଳୁଥିବାବେଳେ ଖୁବଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ ।

ତେବେ ଶାହରୁଖଙ୍କ ପ୍ରଡକ୍ସନ ହାଉସରେ ନିର୍ମିତ ହେଉଥିବା ବବି ବିଶ୍ୱାସ, ଦ ବିଗ୍ ବୁଲ୍ ଓ ଲୁଡୋ ଭଳି ଫିଲ୍ମର ସୁଟିଂ ସାରିବା ପରେ ହିଁ ଅଭିଷେକ ଦଶୱିଂର ସୁଟିଂ ଆରମ୍ଭ କରିବା ନେଇ ସୂଚନା ରହିଛି । ଏହି ସମସ୍ତ ଘଟଣା ସ୍ପଷ୍ଟ କରିଛି ଯେ, ଲକ୍‌ଡାଉନ୍ ହିଁ ଅଭିଷେକଙ୍କ ଭାଗ୍ୟ ଫିଟାଇଛି ।

Leave A Reply

Your email address will not be published.