Latest Odisha News

BREAKING NEWS

୨୭ ରନ୍ କରି ଇତିହାସ ରଚିଲେ ଅଭିଷେକ : ଟି-ଟ୍ୱେଣ୍ଟି କ୍ରିକେଟରେ କଲେ ଏହି ବିଶ୍ୱ ରେକର୍ଡ

କ୍ରାଇଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତୀୟ ସମର୍ଥକମାନେ ଏକ ବଡ଼ ଉପଲବ୍ଧି ଦେଖିବାକୁ ପାଇଛନ୍ତି । ମ୍ୟାଚରେ ଭାରତୀୟ ଓପନର୍ ଅଭିଷେକ ଶର୍ମା ମାତ୍ର ୨୭ ରନ୍ କରି ଆଉଟ୍ ହୋଇଥିଲେ ମଧ୍ୟ, ଏହି ଛୋଟ ପାଳି ଜରିଆରେ ଏକ ବିରାଟ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମ୍ୟାଚରେ ଅଭିଷେକ ଶର୍ମା ୨୧ ବଲ୍‌ର ସମ୍ମୁଖୀନ ହୋଇ ୩ଟି ଚୌକା ଏବଂ ୧ଟି ଛକା ସହାୟତାରେ ୨୭ ରନ୍ ସଂଗ୍ରହ କରିଥିଲେ ।

ମ୍ୟାଚ୍‌ର ପାୱାରପ୍ଲେ’ (ପ୍ରଥମ ୬ ଓଭର) ସମୟରେ ମ୍ୟାଟ୍ ହେନେରୀଙ୍କ ବଲ୍‌ରେ ଛକା ମାରିବା ସହିତ ସେ ଟି-ଟ୍ୱେଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ପାୱାରପ୍ଲେ’ ମଧ୍ୟରେ ୧୦୦ଟି ଛକା ପୂର୍ଣ୍ଣ କରିବା ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି । ସେ ଭାରତର ପୂର୍ବତନ ଅଧିନାୟକ ରୋହିତ ଶର୍ମା (୯୮ ଛକା)ଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ପାଳି ସହିତ ଅଭିଷେକ ଶର୍ମା ଚଳିତ କ୍ୟାଲେଣ୍ଡର ବର୍ଷରେ (୨୦୨୬) ଟି-ଟ୍ୱେଣ୍ଟି ଆନ୍ତର୍ଜାତୀୟ କ୍ରିକେଟରେ ନିଜର ୧୦୦୦ ରନ୍ ମଧ୍ୟ ପୂର୍ଣ୍ଣ କରିଛନ୍ତି । ସେ ଏହି ବର୍ଷ ୩୬ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳି ୧୦୧୨ ରନ୍ ସଂଗ୍ରହ କରିସାରିଛନ୍ତି ।

Leave A Reply

Your email address will not be published.