ଦିଲ୍ଲୀ: ଶାନ୍ତି ପ୍ରସ୍ତାବକୁ ନା, ପିସ୍ ବଣ୍ଡ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ନେହା ବୋରା । ଦିଲ୍ଲୀ ହାଇକୋର୍ଟରେ ଏକଜିକୁ୍ୟଟିଭ୍ ମାଜଷ୍ଟ୍ରେଟଙ୍କ ନୋଟିସ୍ ବିରୋଧରେ ଦାଖଲ ହୋଇଥିବା ଆବେଦନ ଖାରଜ ହେବା ପରେ ଅଲ ଇଣ୍ଡିଆ ଷ୍ଟୁଡେଂଟ ଆସୋସିଏସନ ରଷ୍ଟ୍ରୀୟ ଅଧ୍ୟକ୍ଷ ନେହା ବୋରାଙ୍କ କଡା ଆଭିମୁଖ୍ୟ । ଶାନ୍ତି ବଣ୍ଡରେ ସ୍ୱାକ୍ଷର କରିବାକୁ ମନା କଲେ ନେହା । କୌଣସି ସର୍ତ୍ତ ନାହିଁ, କିନ୍ତୁ ଶାନ୍ତି ବଣ୍ଡରେ ସାଇନ କରିବୁ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ନେହା । ଏହାଦ୍ୱାରା ଆମ ଗଣତାନ୍ତ୍ରିକ ଅଧିକାର ଛଡାଇନିଆଯାଉଛି ବୋଲି କହିଛନ୍ତି ନେହା । ୧୦ହାଜର ଟଙ୍କାର ପିସ୍ ବଣ୍ଡରେ ସାଇନ କରିବାକୁ ସେ ସିଧାସଳଖ ମନା କରିଦେଇଛନ୍ତି । ଦିଲ୍ଲୀରେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଓ ଗଣତାନ୍ତ୍ରିକ ଅଧିକାର ସମ୍ପର୍କିତ ଚର୍ଚ୍ଚା ଜୋର ଧରିଛିା । ଏଭଳି ବଣ୍ଡରେ ସ୍ୱାକ୍ଷର କରିବା ଦ୍ୱାରା ଭବିଷ୍ୟତରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଓ ଆନେ୍ଦାଳନକୁ ରୋକିବା ପାଇଁ ଏହାର ବ୍ୟବହାର କରାଯାଇପାରେ । ତେଣୁ ଏହାକୁ ମୁଁ ପ୍ରୋତ୍ସାହିତ କରିବି ନାହିଁ , ତେଣୁ ସ୍ୱାକ୍ଷର କରିବାକୁ ରାଜି ନୁହନ୍ତି ବୋଲି ସେ କହିଛନ୍ତି ।
ଏହାସହ ଏସଆଇଆର ପ୍ରସଙ୍ଗରେ ସେ ସରକାରକୁ ଟାର୍ଗେଟ କରିଛନ୍ତି । ଲୋକଙ୍କ ମତଦାନ ଅଧିକାରକୁ ପ୍ରଭାବିତ କରିବାକୁ ଏସଆଇଆରର ସହାୟତା ନିଆଯାଉଛି । ୧୩ କୋଟି ଲୋକଙ୍କ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଇଛିା ଏଭଳି କରିବା ଦ୍ୱାରା ଦେଶର ଗଣତାନ୍ତ୍ରିକ ପରମ୍ପରା ସୁରକ୍ଷିତ ରହିପାରିବ ନାହିଁ ବୋଲି ସେ କହିଛନ୍ତି । ଗଣତନ୍ତ୍ରରେ ନିଜର ମତ ରଖିବା ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ନାଗରିକଙ୍କ ଅଧିକାର ବୋଲି ସେ ମତ ରଖିଛନ୍ତି । ସେ ଅଧିକାର କ୍ଷୁର୍ଣ୍ଣ କରିବାକୁ ଏ ଶାନ୍ତି ବଣ୍ଡକୁ ଅସ୍ତ୍ର କରାଯାଉଛି । ଏଥିରେ ସ୍ୱାକ୍ଷର କଲେ ଭବିଷ୍ୟତ ଭିନ୍ନ ଦିଗକୁ ଚାଲଯିବ ବୋଲି ସେ କିହଛନ୍ତି ।

