ଭୁବନେଶ୍ଵର: ରାଜ୍ୟରେ ବଢୁଛି ଅବକାରୀ ରାଜସ୍ବ। ସର୍ବାଧିକ ରାଜସ୍ବ ବରଗଡ଼ ଜିଲାରୁ ଆଦାୟ ହେଉଥିବା ବେଳେ ଦ୍ଵିତୀୟ ସ୍ଥାନରେ ରହିଛି ଗଞ୍ଜାମ। ଏନେଇ ଶନିବାର ବିଧାନସଭାରେ ଏକ ପ୍ରଶ୍ନରେ ଉତ୍ତର ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବିଧାୟିକା ସୋଫିଆ ଫିର୍ଦୋସଙ୍କ ପ୍ରଶ୍ନରେ ଉତ୍ତର ଦେଇଛନ୍ତି ମନ୍ତ୍ରୀ। ଗତ ଆର୍ଥିକ ବର୍ଷରେ ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ମଦ ବିକ୍ରୟରୁ ମୋଟ ରାଜସ୍ୱ ସମ୍ପର୍କରେ ପ୍ରଶ୍ନ କରିଥିଲେ ବିଧାୟିକା।
ଏହାର ଉତ୍ତର ଦେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ଯେ ଗତ ଆର୍ଥିକ ବର୍ଷରେ ଓଡିଶାରେ ମଦ ବିକ୍ରୟରୁ ସଂଗ୍ରହ ହୋଇଥିବା ମୋଟ ଅବକାରୀ ରାଜସ୍ୱ ୭,୨୧୬.୯୯ କୋଟି ହୋଇଥିବା ବେଳେ ଭାଟ୍ ସମେତ ମୋଟ ରାଜସ୍ୱ ୧୦,୧୮୨.୨୪ କୋଟି ଟଙ୍କା।
ସେ କହିଛନ୍ତି, ୨୦୨୨-୨୩ ମସିହାରେ ୫ କୋଟି ୮୩ ଲକ୍ଷ ୪୪ ହଜାର ଲିଟର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ରେ ୫ କୋଟି ୮୮ ଲକ୍ଷ ୮୫ ହଜାର ଲିଟର ବିଦେଶୀ ମଦ ବିକ୍ରି ହୋଇଛି । ସେହିପରି ୨୦୨୨-୨୩ମସିହାରେ ୮୪ ଲକ୍ଷ ୩୭ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ମସିହାରେ ୯୮ ଲକ୍ଷ ୪୩ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୭ ଲକ୍ଷ ୨୧ ହଜାର ୬୯୯ କୋଟି ଟଙ୍କାରେ ପହଞ୍ଚିଛି।
ସର୍ବାଧିକ ମଦ ରାଜସ୍ବ ବରଗଡ ଜିଲ୍ଲାରୁ ଆସୁଛି। ବରଗଡରୁ ସର୍ବାଧିକ ୧୨୪କୋଟି ୯୯ ଲକ୍ଷର ଅବକାରୀ ରାଜସ୍ବ ଆଦାୟ ହୋଇଛି। ସେହିପରି ଦ୍ଵିତୀୟ ସ୍ଥାନରେ ରହିଛି ଗଞ୍ଜାମ। ଏଠାରୁ ୧୦୦ କୋଟି ୯୬ ଲକ୍ଷର ଅବକାରୀ ରାଜସ୍ବ ଆଦାୟ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
Comments are closed.