Latest Odisha News

BREAKING NEWS

ସ୍କୁଟିକୁ ଧକ୍କା ଦେଲା ଟ୍ରକ୍ : ମାଆ ଆଗରେ ଚାଲିଗଲା ପୁଅର ଜୀବନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଭାଲିଆବାଡି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା  । ମାଆ ଆଗରେ ଚାଲିଯାଇଛି ପୁଅର ଜୀବନ । ସ୍କୁଟିକୁ ଟ୍ରକ୍ ଧକ୍କା ଦେବାରୁ ଜଣେ ୫ ବର୍ଷ ସ୍କୁଲ ଛାତ୍ରର ମୃତ୍ୟୁ ଘଟିଛି । ଏବଂ ମାଆ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଖୋର୍ଦ୍ଧା ଗାନ୍ଧୀ ପଡିଆ ଅଞ୍ଚଳର ବୈଜୟନ୍ତୀ ଦାସ ତାଙ୍କ ପୁଅକୁ ସ୍କୁଲରୁ ଘରକୁ ଆଣୁଥିଲେ । ଏତିକି ବେଳେ ବୈଜୟନ୍ତୀଙ୍କ ସ୍କୁଟିକୁ ଭାଲିଆବାଡି ଛକ ନିକଟରେ ଏକ ଟ୍ରକ ଧକ୍କା ଦେଇଥିଲା ।

ଫଳରେ ଘଟଣାସ୍ଥଳରେ ୫ ବର୍ଷର ପୁଅର ମୃତ୍ୟୁ ଘଟିଥିଲା । ଏବଂ ବୈଜୟନ୍ତୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଡ୍ରାଇଭର ଏବଂ ହେଲପରକୁ କାବୁ କରି ପୋଲିସର ଜିମା ଦେଇଛନ୍ତି । ଅନ୍ୟପଟେ ଛାତ୍ର ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଛକରେ ହମ୍ପ୍ସ ନିର୍ମାଣ ଦାବି କରି ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମଟର ଅଟକି ରହିଥିଲା । ପରେ ସ୍ବାଭାବିକ ହୋଇଥିଲା ।

Leave A Reply

Your email address will not be published.