Latest Odisha News

BREAKING NEWS

ରାୟଗଡାରେ ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୪ ମୃତ, ୨ ଗୁରୁତର

ରାୟଗଡ଼ା : ରାୟଗଡା ଅମ୍ବାଦଳା ଥାନା ମଞ୍ଜୁରୁକୁପା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଘରୋଇ ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟିଛି । ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨ ଜଣ ଗୁରୁତର ଅଛନ୍ତି । ଦୁର୍ଘଟଣାସ୍ଥଳରେ ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ମୁନିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଖାନାରେ ଜଣଙ୍କର ମୃତ୍ୟୁ ହୋଇଥିଲା ।

BjdElectrycity

ସୂଚନା ଅନୁସାରେ, ବିଷମ କଟକରୁ ବଲାଙ୍ଗୀର ବଙ୍ଗମୁଣ୍ଡା କପିଲଭଟ୍ଟାକୁ ଆମ୍ବୁଲାନ୍ସ ଯାଉଥିବା ବେଳେ ବିପରୀତ ଦିଗରୁ ଝାରସୁଗୁଡ଼ାରୁ ଟିକିରି ଯାଉଥିବା ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ବିଷମକଟକ ଖ୍ରୀଷ୍ଟିଆନ ଡାକ୍ତରଖାନାରୁ ଜଣେ ରୋଗୀଙ୍କ ମୃତଦେହ ନେଇ ଫରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ସହ ୪ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.