ଭୁବନେଶ୍ୱର: ପଛକୁ ପଛ ପିଟି ହେଲା ଟ୍ରକ୍ । ଭୁବନେଶ୍ୱର ସିଆରପି ଓଭରବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ ଘଟିଛି ଏହି ଦୁର୍ଘଟଣା । ଜୟଦେବ ବିହାର ପଟରୁ ଗୋଟିଏ ଟ୍ରକ ବରମୁଣ୍ଡା ଅଭିମୁଖେ ଯାଉଥିଲା । ଏତିକିବେଳେ ସିଆରପି ଓଭରବ୍ରିଜ୍ ଉପରେ ପଛରୁ ଯାଉଥିବା ଆଉ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ପଛରୁ ଧକ୍କା ଦେଇଥିଲା । ଫଳରେ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ କଟର ଜରିଆରେ ଉଦ୍ଧାର କରିଥିଲେ । ଦୁର୍ଘଟଣା ପରେ କିଛି ସମୟ ଏହି ରାସ୍ତାରେ ସାମାନ୍ୟ ବାଧାପ୍ରାପ୍ତ ହୋଇଥିଲା ଗାଡ଼ିମୋଟର ଚଳାଚଳ ।
BREAKING NEWS
- Terror module:ପାକ୍ ହ୍ୟାଣ୍ଡଲରଙ୍କ ସହ ଲିଙ୍କ୍ ଥିବା ‘ଆତଙ୍କବାଦୀ ମଡ୍ୟୁଲ୍’ର ୪ସଦସ୍ୟଙ୍କୁ ଗିରଫ କଲା ATS
- ମାଲଦାରେ ୭ ନ୍ୟାୟିକ ଅଧିକାରୀଙ୍କୁ ଘେରାଉ ଘଟଣା; ମାଲଦାରେ ଯାଞ୍ଚ କରୁଛି ଏନଆଇଏ ଟିମ୍
- ଜନ୍ମ କଲା ମାଆକୁ ବିଷ ଖୁଆଇ ହତ୍ୟା କଲା ପୁଅ; ଗଛରେ ବାନ୍ଧି ପିଟିଲେ ଗ୍ରାମବାସୀ
- ଅଧିନାୟକ ପଦ ହରାଇବେ କି ରାହାଣେ
- ୭୦୦ କୋଟି ଟଙ୍କାର ଅଫର ଗ୍ରହଣ କଲେନି ରାମାୟଣର ମେକର୍ସ
- ଖୁବଶୀଘ୍ର ଝାରସୁଗୁଡା ବିମାନ ବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା
- ୨୦୨୫-୨୬ ଆର୍ଥିକ ବର୍ଷରେ ସମୁଦାୟ ୪୪.୮୨ ମିଲିଅନ୍ ଟନ୍ ଖଣିଜ ଉତ୍ପାଦନ ରେକର୍ଡ
- ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
- ଦିନିକିଆ ବିଶ୍ୱକପ: ସାମୀଙ୍କ ପରେ ବରୁଣଙ୍କୁ ସୁଯୋଗ ନ ମିିଳିପାରେ
- ଚୋର ସହ ଠେଲାପେଲା ବେଳେ ଛାତରୁ ପଡି ଯୁବକ ମୃତ
Comments are closed.