Latest Odisha News

BREAKING NEWS

ଟ୍ରକକୁ ପଛରୁ ପିଟିଲା କାର୍: ଦୁର୍ଘଟଣାରେ ଜଣେ ମୃତ, ୪ ଆହତ

ନୂଆପଡା: ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଇନୋଭା କାର୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ବଡ଼ମହେଶ୍ଵରଠାରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ଇନୋଭା ଗାଡ଼ିର ଜଣେ ମୃତ୍ୟୁ ହୋଇଥିବା ବେଳେ, ଚାରି ଜଣ ଗୁରୁତର ହୋଇଛନ୍ତି ।

ଆହତଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ ହେଲେ କୋମନା ଥାନା ଇଚ୍ଛାପୁର ଗାଁର ନବରତ୍ନ ପୋଡ଼ । ଗତକାଲି ମଧ୍ୟ ରାତ୍ରିରେ ଝୋଲପଥର ଗାଁରୁ ବିବାହ ଭୋଜି ଖାଇ ଫେରୁଥିବା ବେଳେ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ଇନୋଭା କାର୍ ।

Leave A Reply

Your email address will not be published.