Latest Odisha News

BREAKING NEWS

ଯାଜପୁର ପିଇଓ ଆତ୍ମହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍

କଟକ: ଯାଜପୁର ଜିଲ୍ଲା ଧର୍ମାଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ନିର୍ବାହୀ ଅଧିକାରୀ (ପିଇଓ) ଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ରୂପେଶ ଭଦ୍ରାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ ।

ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ୨୦୧୯ ମସିହା ଅକ୍ଟୋବର ମାସ ରେ ହରିଦାସପୁର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରାଙ୍କୁ ଗିରଫ କରାଯାଇଥିଲା।

ଜାମିନ ପ୍ରଦାନ କରିବା ସମୟରେ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ରୂପେଶଙ୍କ ପାଇଁ ସର୍ତ୍ତ ସ୍ଥିର କରିବାକୁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରୂପେଶଙ୍କ ବିରୋଧରେ ଆଇପିସି ଦଫା ୩୦୬(ଆତ୍ମହତ୍ୟା ପାଇଁ ଉସୁକାଇବା) ଲଗାଯାଇଥିଲା । କିନ୍ତୁ ସୋମବାର ଅଦାଲତ ରୂପେଶଙ୍କୁ ଜାମିନ୍‌ ଦେବା ଅବସରରେ ଦର୍ଶାଇଛନ୍ତି ଯେ, ଯଦିଓ ସ୍ମିତାରାଣୀ ଏବଂ ରୂପେଶଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ରହିଥିଲା କିନ୍ତୁ ଏଥିରେ ଉତ୍ପୀଡ଼ନ ନଥିଲା । ଏହି ଆଧାରରେ ଅଦାଲତ ରୂପେଶଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୬ରେ ରୂପେଶଙ୍କ ଗେଷ୍ଟହାଉସରେ ସ୍ମିତାରାଣୀଙ୍କର ରହସ୍ୟମୟ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୁଲିସ୍‌ ରୂପେଶ ଭଦ୍ରଙ୍କୁ ଅକ୍ଟୋବର ୧୯ ରେ ଗିରଫ କରିଥିଲା । ରୂପେଶଙ୍କ ଜାମିନ୍‌ ନିମ୍ନ ଅଦାଲତରୁ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Leave A Reply

Your email address will not be published.