Latest Odisha News

BREAKING NEWS

ହବିଷ୍ୟାଳୀଙ୍କୁ ମାଡ଼ ଘଟଣାରେ ହାବିଲଦାର ନିଲମ୍ୱିତ

ପୁରୀ: ହବିଷ୍ୟାଳୀଙ୍କୁ ମାଡ଼ ଘଟଣାରେ ଅଭିଯୁକ୍ତ ହାବିଲଦାର ପ୍ରଶାନ୍ତ ଦଳେଇଙ୍କୁ ନିଲମ୍ୱନ କରିଛନ୍ତି ଏସ୍.ପି କନଓ୍ୱର ବିଶାଲ ସିଂ । ତେବେ ଏହି ଘଟଣାରେ ଅଧିକ ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି । ସେପଟେ ଆହତ ହବିଷ୍ୟାଳୀ ମାଧୁରୀ ଦାଶଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ମନ୍ଦିର ପରିସର ଭିତରେ ମାଧୁରୀଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିଲେ ହାବିଲଦାର ପ୍ରଶାନ୍ତ ଦଳେଇ ।

ମହିଳାଜଣକ ମାସେ ହେଲା ବାସେଳିସାହି ହବିଷ୍ୟାଳୀ ଶିବିରରେ ରହୁଥିଲେ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ପୁଲିସ ତାଙ୍କୁ ଘଣ୍ଟି ଦ୍ୱାର ନିକଟରେ ଅଟକାଇବାରୁ ଯୁକ୍ତିତର୍କ ହୋଇଥିଲା । ପୁଲିସ କର୍ମଚାରୀ ତାଙ୍କୁ ଠେଲିଦେବାରୁ ତାଙ୍କ ମୁଣ୍ଡରେ ଫାଟିଯାଇଥିଲା ।

Leave A Reply

Your email address will not be published.