Latest Odisha News

BREAKING NEWS

ପୁନର୍ବାର ପ୍ରମାଣିତ, ମାଆ ବିଶ୍ୱର ବଡ ଯୋଦ୍ଧା

ଭୁରକୁଣ୍ଡା: ମାଆଙ୍କୁ କାହିଁକି କୁହାଯାଏ ବିଶ୍ୱର ବଡ ଯୋଦ୍ଧା ତାହା ଆଜି ପୁନର୍ବାର ପ୍ରମାଣିତ ହୋଇଛି । ଝାଡଖଣ୍ଡରେ ଏପରି ଏକ ଘଟଣା ଘଟିଛି ଯେ, ସମସ୍ତେ ମାଆର ସାହସକୁ ସଲାମ କରୁଛନ୍ତି । ଭୁରକୁଣ୍ଡାର ନଳକାରୀ ନଦୀ କୂଳରେ ଥିବା ଏକ ଗ୍ରାମରେ ଚରଣ ମାଂଝୀଙ୍କ ପରିବାର ବାସ କରନ୍ତି । ଘଟଣା ଦିନ ଚରଣଙ୍କ ପତ୍ନୀ ସରିତା ତାଙ୍କ ଶିଶୁ କନ୍ୟା ସହିତ ନଦୀକୁ ଗାଧେଇବାକୁ ଯାଇଥିଲେ । କୂଳରେ ତାଙ୍କ କନ୍ୟାକୁ ରଖି ଗାଧୋଉଥିବା ବେଳେ ଏକ ବିଷାକ୍ତ ସାପ ସେ ପିଲା ନିକଟକୁ ଯାଉଥିଲା । ସାପକୁ ଦେଖି ଛୋଟ ଶିଶୁ ଭୟରେ କାନ୍ଦିବାକୁ ଲାଗିଲା । ସରିତା ଏହା ଦେଖି ପାଟି କରି ସାହାଯ୍ୟ ମାଗିଥିଲେ । ମାତ୍ର ପାଖରେ କେହି ନ ଥିବାରୁ ସେ ଦୌଡିଯାଇ ସାପ ଉପରେ ଶୋଇ ପଡିଥିଲେ ।

ସାପ ତାଙ୍କ ଶରୀରକୁ ୩ ଥର ଦଂଶନ ମଧ୍ୟ କରିଥିଲା । ମାତ୍ର ସେ ସାପ ଉପରୁ ଉଠିଲେ ନାହିଁ । ଶେଷରେ ସାପ ସେଠାରୁ ପଳାଇ ଯାଇଥିଲା । ସ୍ଥାନୀୟ ଲୋକ ସେଠାରେ ପଂହଚି ମାଆ ଏବଂ ପିଲାଙ୍କୁ ଉଦ୍ଧାର କରିଥିଲେ । ପ୍ରାଥମିକ ଉପଚାର ପରେ ସରିତାଙ୍କୁ ସିସିଏଲ ଡାକ୍ତରଖାନା ନିଆ ଯାଇଥିଲା । ମାତ୍ର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାକୁ ତାଙ୍କୁ ରିମ୍ସ ପଠାଇ ଦିଆଯାଇଛି । ଛୋଟ ଶିଶୁଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି । ସରିତାଙ୍କ ସାହସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.