Latest Odisha News

BREAKING NEWS

ଧନ ବୃଦ୍ଧି କରାଇବ ଚାଣକ୍ୟଙ୍କ ଏହି ଉପାୟ !

ଭୁବନେଶ୍ୱର: ଜୀବନର ଅନେକ ଗୂଢ ରହସ୍ୟର ସମାଧାନର ବାଟ ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ବତାଇ ଦେଇଛନ୍ତି । ସେଥି ମଧ୍ୟରୁ ଧନ ବୃଦ୍ଧି ଅନ୍ୟତମ। ଏହାର ଅନୁସରଣ କରିବା ଦ୍ୱାରା ଜୀବନ ସମୃଦ୍ଧ ଏବଂ ଉଲ୍ଲାସପୂର୍ଣ୍ଣ ହୋଇଥାଏ।

ଚାଣକ୍ୟ ବାଣୀ ଅନୁଯାୟୀ, ପଇସା ରୋଜଗାର କରିବା ଏବଂ ସଞ୍ଚୟ କରିବା ଉଭୟ ଆବଶ୍ୟକ। ହେଲେ ରୋଜଗାର କରିବାଠାରୁ ସଞ୍ଚୟ କରିବା ଅତି ଆବଶ୍ୟକ। କାରଣ ସଞ୍ଚୟ କରୁଥିବା ବ୍ୟକ୍ତିଙ୍କୁ କେହି ହରାଇ ପାରନ୍ତି ନାହିଁ। ସେ କେବେହେଲେ ଅସୁବିଧାରେ ପଡ଼ନ୍ତି ନାହିଁ।

ଭବିଷ୍ୟତ ପାଇଁ ଧନ ସଞ୍ଚୟ କରୁଥିବା ବ୍ୟକ୍ତିର କଠିନ ସମୟ ସହଜରେ ବିତି ଯାଇଥାଏ। ମାତ୍ର ଯେଉଁମାନେ ବଦ୍‌ ଖର୍ଚ୍ଚ କରନ୍ତି ସେମାନେ ସବୁ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ବ୍ୟକ୍ତିଟିଏ ଟଙ୍କାର ସଠିକ୍‌ ଉପଯୋଗ କରିବା ଶିଖିଗଲେ ସେ ବଳେ ବଳେ ଧନବାନ ହୋଇଯିବ। ଏହାକୁ କେବଳ ସାଧନ ଭାବେ ବ୍ୟବହାର କରିବା ଉଚିତ। ବ୍ୟର୍ଥରେ ଟଙ୍କା ଖର୍ଚ୍ଚ କରୁଥିବା ବ୍ୟକ୍ତି, କିଛି ସମୟ ପରେ ସର୍ବସ୍ବ ହରାଇଥାନ୍ତି।

ନିଜର ଅଭିବୃଦ୍ଧି ଚାହୁଁଥିଲେ ପ୍ରଥମେ ନିଜର ଲକ୍ଷ୍ୟ ସ୍ଥିର କରନ୍ତୁ। କାରଣ ବିନା ଲକ୍ଷ୍ୟରେ ସଫଳତା ହାସଲ କରିପାରିବା ସମ୍ଭବ ନୁହେଁ। ଏପରିକି ତୁମେ କ’ଣ କରୁଛ ସେ ନେଇ କାହାକୁ ଜଣାଇବା ମଧ୍ୟ ଉଚିତ ନୁହେଁ। ଏହାଦ୍ୱାରା କାମ ବିଗିଡ଼ିବାର ସମ୍ଭାବନା ଥାଏ।

Comments are closed.